www.samajalive.in
Monday, December 15, 2025
14.1 C
Bhubaneswar

ରାଜ୍ୟରେ ଆଉ ୭୩୯୫ କରୋନା ଆକ୍ରାନ୍ତ ଚିହ୍ନଟ; ୪୦ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୭୩୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୧୬୯ ଏବଂ ସ୍ଥାନୀୟ ସଂକ୍ରମିତ ୩୨୨୬ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୬୯ ଏବଂ କଟକରୁ ୮୬୮ ଜଣ ରହିଥିôବା ଜଣାଯାଇଛି। ଏଥିସହିତ ଗତକାଲି ଗୋଟିଏ ଦିନରେ ୪୦ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି।

ଏଥିସହିତ ଅନୁଗୁଳ ଜିଲାରୁ ୪୪୩, ବାଲେଶ୍ୱର ୨୮୫, ବରଗଡ ୧୭୧, ଭଦ୍ରକ ୨୩୮, ବଲାଙ୍ଗୀର ୮୧, ବଉଦ ୩୩, ଦେବଗଡ ୫୭, ଢେଙ୍କାନାଳ ୮୧, ଗଜପତି ଜିଲାରୁ ୫୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମରୁ ୬୯, ଜଗତସିଂହପୁର ୨୮୮, ଯାଜପୁର ୫୧୬, ଝାରସୁଗୁଡା ୬୬, କଳାହାଣ୍ଡି ୧୬୬, କନ୍ଧମାଳ ୭୬, କେନ୍ଦ୍ରାପଡା ୩୪୧, କେନ୍ଦୁଝର ୧୫୮, କୋରାପୁଟ ୧୬୧, ମାଲକାନଗିରି ୧୧୦, ମୟୁରଭଞ୍ଜରୁ ୩୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ନବରଙ୍ଗପୁର ଜିଲାରୁ ୧୯୬, ନୟାଗଡ ୧୪୩, ନୂଆପଡା ୨୨, ପୁରୀ ୩୫୬, ରାୟଗଡା ୧୨୫, ସମ୍ବଲପୁର ୧୩୭, ସୋନପୁର ୯୧, ସୁନ୍ଦରଗଡ ୨୬୭ ଏବଂ ଷ୍ଟେଟପୁଲରୁ ୧୪୫ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ୭୨୪୪୦୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୭୮୬୮୭ ଜଣ ସକ୍ର୍ରିୟ ସଂକ୍ରମିତ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories