www.samajalive.in
Saturday, December 6, 2025
19.1 C
Bhubaneswar

କୋର୍ବେଭାକ୍ସ ହେବ ଭାରତର ସବୁଠୁ ଶସ୍ତା କୋଭିଡ ଟିକା

ନୂଆଦିଲ୍ଲୀ: ବାୟୋଲୋଜିକାଲ-ଇ କମ୍ପାନୀର ଆରବିଡି ପ୍ରୋଟିନ ସବ୍‍-ୟୁନିଟ ଟିକା କୋର୍ବେଭାକ୍ସ ଭାରତୀୟ ବଜାର ପାଇଁ ସବୁଠାରୁ ଶସ୍ତା ଟିକା ହେବ ବୋଲି କୁହାଯାଉଛି। ଏହାକୁ ବ୍ୟବହାର ନିମନ୍ତେ ଜରୁରୀକାଳୀନ ଅନୁମୋଦନ ମିଳିବା ପରେ ଏହି ଟିକା ବଜାରକୁ ଆସିବ। ଏହାର ମୂଲ୍ୟ ସମ୍ପର୍କରେ ପ୍ରକାଶକରି ନ୍ୟାସନାଲ ସ୍କୁଲ ଅଫ ଟ୍ରପିକାଲ ମେଡିସିନ (ଏନଏସଟିଏମ)ର ସହଯୋଗୀ ଡିନ୍‍ ଡ. ମାରିଆ ଏଲିନା ବୋଟ୍ଟାଜି କହିଛନ୍ତି, କୋର୍ବେଭାକ୍ସକୁ ହେପାଟାଇଟିସ ବି ଟିକା ଅନୁଯାୟୀ ପ୍ରସ୍ତୁତ କରାଯାଇଛି ଏବଂ ଏଥିରେ ପାରମ୍ପରିକ ପ୍ରଯୁକ୍ତିର ବ୍ୟବହାର କରାଯାଇଛି। ଏହାର ପାନ ପିଛା ମୂଲ୍ୟ ପ୍ରାୟ ୧୧୦ ଟଙ୍କା ରହିବ। ଏପରିକି ଏହାର ଦୁଇପାନ ନେଲେ ସର୍ବାଧିକ ୪୦୦ ଟଙ୍କା କିମ୍ବା ତାହାଠାରୁ କମ୍‍ ପଡିବ। ଅନ୍ୟପକ୍ଷରେ ସେରମ୍‍ ଇନଷ୍ଟିଚ୍ୟୁଟର ଟିକା ପ୍ରତି ପାନ ମୂଲ୍ୟ ରାଜ୍ୟ ସରକାରଙ୍କ ପାଇଁ ୩୦୦ ଟଙ୍କା, ଘରୋଇ ଡାକ୍ତରଖାନା ପାଇଁ ୬୦୦ ଟଙ୍କା ରଖାଯାଇଛି। ସେହିଭଳି ଭାରତ ବାୟୋଟେକର କୋଭାକ୍ସିନ ମୂଲ୍ୟ ପାନ ପିଛା ଯଥାକ୍ରମେ ୪୦୦ ଟଙ୍କା ଓ ୧୨୦୦ ଟଙ୍କାରେ ବିକ୍ରି କରାଯାଉଛି। ରୁଷିଆ ଟିକା ସ୍ପଟନିକ ଭି ମୂଲ୍ୟ ପାନ ପିଛା ୯୯୫ ଟଙ୍କା ରହିଛି। ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାୟୋଲୋଜିକାଲ-ଇ କମ୍ପାନୀକୁ ଅଗ୍ରୀମ ୧୫୦୦ କୋଟି ଟଙ୍କା ଦିଆଯାଇ ଏହାକୁ ୩୦ କୋଟି ଟିକା ସଂରକ୍ଷିତ ରଖିବାକୁ କୁହାଯାଇଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ କୋର୍ବେଭାକ୍ସ ଟିକାରୁ ଆଶାନୁରୂପ ଫଳାଫଳ ମିଳିଥିବା ଜଣାଯାଇଛି। ସଂପ୍ରତି ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories