www.samajalive.in
Saturday, December 6, 2025
14.1 C
Bhubaneswar

ଡୋନାଲଡ ଟ୍ରମ୍ପଙ୍କୁ ଦୁଇବର୍ଷ ବାସନ୍ଦ କଲା ଫେସବୁକ୍‍

ୱାଶିଂଟନ: ଫେସବୁକ୍‍ ଶୁକ୍ରବାର ଦିନ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଉପରେ ଦୁଇବର୍ଷ ପାଇଁ କଟକଣା ଜାରି କରିଛି। ଟମ୍ପଙ୍କ ସମର୍ଥକମାନେ ଆମେରିକାରେ କରିଥିବା ବର୍ବର ଆକ୍ରମଣ ପାଇଁ ଟ୍ରମ୍ପଙ୍କ ବିରୁଦ୍ଧରେ ସର୍ବାଧିକ ଦଣ୍ଡବିଧାନ କରାଯିବା ଉଚିତ। ଏହି ଦୁଇବର୍ଷ ନିଷେଧାଦେଶ ଜାନୁଆରୀ ୭ରୁ ଲାଗୁ ହେବ, ଯେଉଁଦିନ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲରେ ଭୟଙ୍କର ହିଂସାକାଣ୍ଡ ଘଟାଇଥିଲେ। ଫେସବୁକ ଏହା ମଧ୍ୟ କହିଛି ଯେ ଟ୍ରମ୍ପଙ୍କ କାର୍ଯ୍ୟକଳାପ ଆମ ନିୟମର ଗୁରୁତର ଉଲ୍ଲଂଘନ କରିଛି ଏବଂ ସେଥିପାଇଁ ନୂଆ ପ୍ରବର୍ତ୍ତନ ନିୟମାବଳୀ ଅନୁଯାୟୀ ସେ ସର୍ବାଧିକ ଦଣ୍ଡ ପାଇବାକୁ ଯୋଗ୍ୟ। ଅନ୍ୟପକ୍ଷରେ ଫେସବୁକର ଏଭଳି ନିଷ୍ପତ୍ତି ୭୫ ନିୟୁତରୁ ଅଧିକ ଭୋଟରଙ୍କ ପ୍ରତି ଏକ ଅପମାନ ବୋଲି ଟ୍ରମ୍ପ ଅଭିଯୋଗ କରିବା ସହିତ ନିଜର ପୂର୍ବ ଅଭିଯୋଗକୁ ଦୋହରାଇଛନ୍ତି। ସେ କହିଛନ୍ତି, ୨୦୨୦ରେ ଆମେରିକାରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନ ତାଙ୍କଠାରୁ ଚୋରି କରିନିଆଯାଇଛି। ଫେସବୁକ ଏହା ମଧ୍ୟ କହିଛି ଯେ ଏହା ସାମାଜିକ ନେଟୱର୍କରେ ଅନ୍ୟକୁ ଦୁର୍ବ୍ୟବହାର ପ୍ରଦର୍ଶନ ବା ଅନ୍ୟର ସମ୍ମାନ ହାନି କଲାଭଳି ବିଷୟବସ୍ତୁ ସ୍ଥାନିତ କରିବା ନିମନ୍ତେ ଏହା ଆଉ ରାଜନୈତିକ ସୁରକ୍ଷା ପ୍ରଦାନ କରିବନାହିଁ। ଟ୍ରମ୍ପଙ୍କ ବିରୁଦ୍ଧରେ ଘୋଷିତ ଦୁଇବର୍ଷ ନିଷେଧାଦେଶ ଶେଷହେବା ପରେ ସାମାଜିକ ନେଟୱର୍କରେ ତାଙ୍କର କାର୍ଯ୍ୟକଳାପ ଜନସାଧାରଣଙ୍କ ନିରାପତ୍ତା ପ୍ରତି ଆଉ ବିପଦ ସୃଷ୍ଟି କରୁଛି କି ନାହିଁ, ସେ ସମ୍ପର୍କରେ ଏକ ବିଶେଷଜ୍ଞ ମଣ୍ଡଳୀ ବସି ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛି ଫେସବୁକ୍‍।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories