ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଘୋଳକୁଣ୍ଡ ଗ୍ରାମର ମକରୁ ମୁଣ୍ଡାଙ୍କ ପୁଅ ପୁରୁଷୋତ୍ତମ ମୁଣ୍ଡା ଆଜି ଅପରାହ୍ନରେ ଗାଁ ପାଖ ନଈ କୂଳକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ପୁରୁଷୋତ୍ତମଙ୍କୁ ଏକୁଟିଆ ଦେଖି ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଭାଲୁ ଆକ୍ରମଣରେ ତାଙ୍କ ହାତ ଓ ପେଟରେ ଗୁରୁତର କ୍ଷତ ସୃଷ୍ଟି ହେଇଛି। ପୁରୁଷୋତ୍ତମଙ୍କ ଚିତ୍କାର ଶୁଣି ଅନ୍ୟ ଲୋକ ମାନେ ଧାଇଁ ଆସିବାରୁ ଭାଲୁ ଦୁଇଟି ଜଙ୍ଗଲକୁ ଦୌଡ଼ି ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ପୁରୁଷୋତ୍ତମଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଛି। ଗୁରୁତରଙ୍କ ଚିକିତ୍ସା ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି।
Popular Categories



