ଏୟାର ଇଣ୍ଡିଆର ଟ୍ୱିଟର ଆକାଉଣ୍ଟ ହାକ୍‌ କରି ସମସ୍ତ ବିମାନ ବାତିଲ ବୋଲି ଦର୍ଶାଇଲେ ହ୍ୟାକର

0

ନୂଆଦିଲ୍ଲୀ:  ଏୟାର ଇଣ୍ଡିଆର ଟ୍ୱିଟର ଆକାଉଣ୍ଟକୁ  ଜଣେ ହ୍ୟାକର୍‌ ହାକ୍‌ କରିବା ପରେ ସମସ୍ତ ବିମାନକୁ ବାତିଲ କରାଯାଇଥିବା ନେଇ ସୂଚନା ଟ୍ୱିଟ କରିଥିଲା ।  ଗୁରୁବାର ସକାଳେ ଏହାର ଆକାଉଣ୍ଟକୁ ହାକ୍‌ କରାଯାଇଥିଲା । ତୁର୍କୀର ହ୍ୟାକର ଏହାକୁ ହାକ୍‌ କରିଥିବା ଆଶଙ୍କା କରାଯାଉଛି । ଟ୍ୱିଟରରେ ଅନେକ କଥା ତୁର୍କୀ ଭାଷାରେ ଲେଖାଯାଇଥିଲା  । ଏୟାର ଇଣ୍ଡିଆର ବିମାନ ବାତିଲ ହୋଇଥିବାରୁ ତୁର୍କୀ ଏୟାର ଲାଇନ୍‌ର ବିମାନରେ ଯାତ୍ରା କରନ୍ତୁ ବୋଲି ଏଥିରେ ଉଲ୍ଲେଖ ରହିଥିଲା ।

ପରେ ଏୟାର ଲାଇନ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଟ୍ୱିଟରକୁ ଠିକ୍‌ କରିଥିଲେ । ହ୍ୟାକର କରିଥିବା ଟ୍ୱିଟ୍‌କୁ ହଟାଇ ଦିଆଯାଇଛି ।  ଏୟାର ଇଣ୍ଡିଆର ସମସ୍ତ ବିମାନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲୁଛି ବୋଲି ଏହାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply