www.samajalive.in
Sunday, December 7, 2025
23.1 C
Bhubaneswar

ମୁମ୍ବଇ ବାସଭବନରେ ଝୁଲୁଝି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ଅଭିଯୁକ୍ତ ମେହୁଲ ଚୋକ୍ସି ବିଦେଶକୁ ପଳାଇ ଯାଇଥିବାରୁ ତାଙ୍କ ବିରୁଦ୍ଧରେ ଅଦାଲତ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଜାରି ମାଳ ମାଳ ନୋଟିସ ତାଙ୍କର ମୁମ୍ବଇସ୍ଥିତ ବାସଭବନ ବାହାରେ ଝୁଲୁଛି। ଅନ୍ୟପକ୍ଷରେ ଆଣ୍ଟିଗୁଆରୁ ଖସି ପଳାଇବା ପରେ ଡୋମିନିକାରେ ଗିରଫ ହୋଇଥିବା ମେହୁଲ ଏବେ କାରାଗାରରେ ବନ୍ଦୀ ଅଛନ୍ତି। ଦୀର୍ଘ ତିନିବର୍ଷ ପରେ ତାଙ୍କ ଫଟୋ ସର୍ବସମ୍ମୁଖକୁ ଆସିଛି। ତାଙ୍କୁ ଭାରତକୁ ଫେରାଇ ଆଣିବାକୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ ଆରମ୍ଭ ହୋଇଛି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପିଏନବି ଦୁର୍ନୀତିରେ ମେହୁଲ ଓ ତାଙ୍କ ପୁତୁରା ନୀରବ ମୋଦିଙ୍କୁ ଖୋଜୁଥିବାବେଳେ ନୀରବଙ୍କୁ ଲଣ୍ଡନରେ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆଇନଗତ ପ୍ରୟାସ ଚାଲିଛି। ମେହୁଲ ପିଏନବି ଦୁର୍ନୀତି ଲୋକଲୋଚନକୁ ଆସିବାର ମାସକ ପୂର୍ବରୁ ଭାରତରୁ ଖସି ପଳାଇଯିବା ପରେ ଆଣ୍ଟିଗୁଆରେ ପୁଞ୍ଜିନିବେଶ ଜରିଆରେ ସେଠାକାର ନାଗରିକତ୍ୱ ଗ୍ରହଣ କରିଥିଲେ। ତେବେ ନିକଟରେ ସେ ସେଠାରୁ ଖସି ପଳାଇବା ପରେ ତାଙ୍କୁ ଡୋମିନିକାରେ ଗିରଫ କରାଯାଇଥିଲା। ସେ କ୍ୟୁବା ପଳାଇଯିବା ଯୋଜନା କରିଥିଲେ। ଡୋମିନିକାରେ ସେ ଅନଧିକାର ଭାବରେ ପ୍ରବେଶ କରିଥିବା ଅଭିଯୋଗ ଅଣାଯାଇ ତାଙ୍କୁ କାରାଗାରରେ ରଖାଯାଇଛି। ତାଙ୍କୁ ସେଠାରେ ଗିରଫ କରାଯିବା ପରେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଶନ୍‍ ବ୍ରାଉନେ କହିଛନ୍ତି ଯେ ମେହୁଲଙ୍କୁ ଆଉ ଆଣ୍ଟିଗୁଆ ନଆଣି ସିଧାସଳଖ ଭାରତକୁ ପଠାଇ ଦିଆଯିବା ଉଚିତ। ଅନ୍ୟପକ୍ଷରେ ମେହୁଲଙ୍କ ଓକିଲ କହିଛନ୍ତି ଯେ ତାଙ୍କ ମହକିଲ ଆଉ ଭାରତର ନାଗରିକ ନୁହନ୍ତି। ତେଣୁ ତାଙ୍କୁ କେବଳ ଆଣ୍ଟିଗୁଆ ପଠାଯାଇପାରିବ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories