ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦିନବନ୍ଧୁ ମିଶ୍ର ଆତ୍ମାହୁତୀ ଘଟଣା, କଂଗ୍ରେସର କୁଳପତି ଓ ୨ ଅଧିକାରୀଙ୍କ ଗିରଫ୍‍ ଦାବି

ବୁର୍ଲା: ଗତ ଏପ୍ରିଲ ମାସ ୨୦ ତାରିଖ ଦୁଃଖଦ ଘଟଣା ଦିନବନ୍ଧୁ ମିଶ୍ର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସମ୍ମୁଖରେ କୁଳପତିଙ୍କ କଟୁଉକ୍ତି, ଭର୍ସନା ସହ୍ୟ କରି ନ ପାରି ଆତ୍ମାହୁତୀ ଦେଇ ମୃତ୍ୟୁବରଣ କରିଥିଲେ। ଗତ ୨୧ ତାରିଖରେ ଦିନବନ୍ଧୁଙ୍କ ଆତ୍ମାହୁତୀ ପାଇଁ ଦାୟୀ ରହିଥିବା ଅଭିଯୁକ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସହିତ ଦୁଇ ଅଧିକାରୀଙ୍କ ନାମରେ ବୁର୍ଲା ଥାନାରେ ମାମଲା ରୁଜୁ ହେଲା ମାତ୍ର ପୁଲିସ କାର୍ଯ୍ୟାନୁଷ୍ଠାନ ଶୁନ। ପରେ ୨୧ ଦିନ ଅନ୍ତରୀଣ ଜାମିନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କୁ ଉଚ୍ଚନ୍ୟାୟାଳୟରୁ ମିଳିବା ସହିତ ତାଙ୍କୁ ତିନି ସପ୍ତାହ ଗିରଫ୍‍ କାରଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ରହିଥିଲା। ତେବେ ତିନି ସପ୍ତାହର ଆବିଧି ଶେଷ ହେବା ପରେ ଗତ ୨୪ ତାରିଖ ଦିନ କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କ ସମ୍ବଲପୁର ଜିଲ୍ଲା ଶେଷନ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ମାତ୍ର ବିଚାରପତିଙ୍କ ତରଫରୁ ଅନେକ ପର୍ଯ୍ୟାପ୍ତ କାରଣ ତଥା ସାମଗ୍ରୀ ଆବେଦନକାରୀଙ୍କ ବିରୁଦ୍ଧରେ ରହିଥିବା ଦର୍ଶାଇ ସେସନ କୋର୍ଟ ବିଚାରପତି ସେହି କାରଣରୁ ତାଙ୍କୁ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେପଟେ ପୁଲିସ ତଦନ୍ତ ଜାରି ରହିଥିବା କହି ନିଜ ମୁଣ୍ଡରୁ ବୋଝ ଖସାଇ ଚାଲିଛି।

ଗୁରୁବାର ବୁର୍ଲା କଂଗ୍ରେସ କର୍ମୀଙ୍କ ତରଫରୁ ବୁର୍ଲା ଥାନାକୁ ଘେରାଉ କରିବା ସହିତ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କୁ ତୁରନ୍ତ ଗିରଫ୍‍ କରାଯିବା ପାଇଁ ଦାବୀ ଉପସ୍ଥାପିତ କରାଯିବା ସହିତ ପୁଲିସ ଆଗରେ ଯେକୌଣସି ଭିଆଇପି ଏବଂ ସାଧାରଣ ବର୍ଗଙ୍କ ପାଇଁ ଯେହେତୁ ସମାନ ତା ହେଲେ କାହିଁକି କୁଳପତି ଏବଂ ଦୁଇ ଅଧିକାରୀଙ୍କୁ ଗିରଫ୍‍ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହା ସହିତ ଭାରତୀୟ ସମ୍ବିଧାନର ଧାରା ସଂଖ୍ୟା ୨୪୬ ମନେ ପକାଇଥିଲେ। ଏହା ସହିତ ଆଇପିସି ସେସ୍କନ ୧୫୪ ଏବଂ ଅପରାଧିକ ପ୍ରକ୍ରିୟା କୋଡ଼ ୧୯୭ର ଆଇପିସି ଧାରା ୨ ଅନୁସରଣ କରିଛି କି ବୋଲି ପ୍ରଶ୍ନ କରିଛନ୍ତି। ଏହଉା ସହିତ ବୁର୍ଲା ଥାନାଧିକାରୀ କମଲ ଲୋଚନ ପଣ୍ଡାଙ୍କୁ ଏହି ଦାବୀପତ୍ର ବୁର୍ଲା ବରିଷ୍ଠ କଂଗ୍ରେସ ନେତା ଜିଲ୍ଲା ସାଧାରଣ ସମ୍ପାଦକ ଶିବଶଙ୍କର ଦଲାଇ, ବୁର୍ଲା ନଗର କଂଗ୍ରେସ ପୁର୍ବତନ ସଭାପତି ଗିରିଜା ନାୟକ, ତ୍ରିଲୋଚନ ମହାନନ୍ଦ, ମନୋରଞ୍ଜନ ପଟ୍ଟନାୟକ, ପୁର୍ବତନ କାଉନସିଲର ଭୁବନ ବିଶ୍ୱାଳ, ନରେଶ ରଞ୍ଜନ ପଣ୍ଡା, ମୁନ୍ନା ମେହେର, ରଞ୍ଜନ ରାଉତ, ସୁରେନ୍ଦ୍ର ବିଶ୍ୱାଳ ଅନ୍ୟାନ୍ୟ କର୍ମୀମାନେ ଉପସ୍ତିତ ରହି କୁଳପତି ତଥା ଦୁଇଅଧିକାରୀଙ୍କୁ ଗିରଫ୍‍ କରାଯିବା ପାଇଁ ଦାବୀ କରିଥିଲେ। ସୁଚନା ଥାଉକି, ଶେଷଚିଠିରେ ଦିନବନ୍ଧୁ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲ ତଥା ଦୁଇ ଅଧିକାରୀଙ୍କୁ ତାଙ୍କ ମୃତ୍ୟୁ ପାଇଁ ଲିଖିତ ଭାବରେ ଦାୟୀ କରିବା ସହିତ ମୃତ୍ୟୁକାଳିନ ଜମାନବନ୍ଦିରେ ମଧ୍ୟ କୁଳପତି ପ୍ରଫେସର ମିତ୍ତଲ ହିଁ ତାଙ୍କର ମୃତ୍ୟୁର କାରଣ ବୋଲି ବ୍ୟକ୍ତ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁଳପତି ତଥା ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ବୁର୍ଲା ଥାନାରେ ଗତ ୨୧ ତାରିଖରେ ମାମଲା ୨୫୧/୨୦୨୧ ରୁଜୁ ହେବା ସହିତ ୩୦୬/୩୪ ଆଇପିସି ଧାରାରେ ମାମଲା ରୁଜୁ ହେବା ସତ୍ୱେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଶୁନ ରହିଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୁର୍ବତନ ସିନେଟ ଏବଂ ସିଣ୍ଡିକେଟ ସଦସ୍ୟ ଆଇନଜିବୀ ଦୁର୍ଗାପ୍ରସାଦ ପାଢ଼ୀ, ଆଇନଜିବୀ ସୁମନ୍ତ କୁମାର ସ୍ୱାଇଁ, ଆଇନଜିବୀ ଅରୁଣ କୁମାର, ଆଇନଜିବୀ ପ୍ରକାଶ ଚନ୍ଦ୍ର ଶତପଥି, ଆଇନଜିବୀ ହରଦୀପ ସିଂ ପ୍ରମୁଖ ପୁଲିସ ମହାନିର୍ଦ୍ଦେଶକଙ୍କୁ ସମ୍ବଲପୁର ଏସପିଙ୍କୁ କୁଳପତି ତଥା ଦୁଇ ଅଧିକାରୀଙ୍କୁ ଗିରଫ୍‍ କରାଯିବା ପାଇଁ ବୁର୍ଲା ପୁଲିସକୁ ନିର୍ଦ୍ଦେଶ ଦେବା ପାଇଁ ଦାବୀ କରି ଏକ ସ୍ମାରକ ପତ୍ର ଗତ ୨୫ ତାରିଖରେ ପ୍ରଦାନ କରିଥିବା ଦୃଷ୍ଟାନ୍ତ ରହିଛି। ଏପରିକି ଗତ ତା୨୪/୪/୨୦୧୨୧ ଦିନ ଗତକାଲି ସୋମବାର ଦିନ ଜାମିନ ଆବେଦନ କରିଥିବା କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ସାମଗ୍ରୀ ରହିଥିବା ଜିଲ୍ଲା ଶେଷନ କୋର୍ଟର ବିଚାରପତି ଦର୍ଶାଇ ଜାମିନ ଆବେଦନକୁ ଖାରଜ କରିଥିଲେ।

ଏହାକୁ ଆଧାର କରି କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କୁ ଗିରଫ୍‍ କରାଯିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଗତ ଏପ୍ରିଲ ମାସ ୨୦ ତାରିଖରେ କିପରି ଭାବରେ କୁଳପତିଙ୍କ ଦ୍ୱାରା କଟୁଭାଷା ଦ୍ୱାରା ଅପମାନିତ ହୋଇ ବର୍ଷ ବର୍ଷ ଧରି ନିର୍ଯ୍ୟାତିତ ହଇରାଣ ହରକତ ହୋଇ କିପରି ଭାବରେ ଶେଷରେ ସ୍ୱର୍ଗତ ଶ୍ରୀ ମିଶ୍ର କୁଳସଚିବଙ୍କୁ ଶେଷଚିଠି ଲେଖି କୁଳପତି ପ୍ରଫେସର ସଞ୍ଜୀବ ମିତ୍ତଲଙ୍କ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରି ନିଜ ଜୀବନକୁ ଶେଷ କରିବାକୁ ବାଧ୍ୟ କରିଥିବା ନେଇ ତାଙ୍କର ମୃତ୍ୟୁକାଳିନ ଜମାନବନ୍ଦି ଏବଂ ଗତ ଏପ୍ରିଲ ମାସ ୨୧ ତାରିଖରେ କୁଳପତିଙ୍କ ବିରୁଦ୍ଧରେ ଏତେଲା ରୁଜୁ ହୋଇଥିବା ଉଲ୍ଲେଖ ରହିଛି। ପୁଲିସ କୁଳପତି ଏବଂ ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଏତେଲା ରୁଜୁ କରିଥିବା ସତ୍ୱେ ଏହି ସମ୍ବେଦନଶୀଳ ଘଟଣାକୁ ଗମ୍ଭୀରତାର ସହିତ ନେଇ ନ ଥିବା ଏବଂ ତଦନ୍ତ ମଧ୍ୟ ମନ୍ଥର ଗତିରେ ଚାଲିଥିଲା। ଏପରିକି ପୁଲିସ କୁଳପତି ଏବଂ ଦୁଇ ଅଧିକାରୀଙ୍କୁ ଗିରଫ୍‍ କରିବା ପରିବର୍ତ୍ତେ ତାଙ୍କୁ ଅନ୍ତରୀଣ ଜାମିନ ପାଇଁ ସୁରକ୍ଷା ପ୍ରଦାନ କରିଥିବା ବିଷୟରେ ଉଲ୍ଲେଖ ରହିଛି। ଏପରିକି ଉଚ୍ଚନ୍ୟାୟାଳରୁ ଗତ ମେ ୩ ତାରିଖରେ ତିନିସପ୍ତାହ ଅନ୍ତରୀଣ ଜାମିନ ପାଇଥିଲେ। ଏପରିକି ଗତ ୨୦ ତାରିଖ ଦିନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ଘଟଣାର ମାସେ ପରେ ତାଙ୍କ ଆତ୍ମଦାହ ସମୟରେ କର୍ମଚାରୀ ସମ୍ପୁର୍ଣ୍ଣା ସାହୁ ଏବଂ ସରୋଜ ସାହୁଙ୍କ ଆଖି ସାମ୍ନାରେ ଘଟଣା ଘଟିଥିଲା। ମାତ୍ର ଘଟଣାର ମାସେ ପରେ ଉଭୟଙ୍କ ବୟାନ ପୁଲିସ ରେକର୍ଡ଼ କରିଛି। ଏହା ଏକ ପ୍ରମାଣ କିପରି ସତ୍ୟ ଘଟଣାର ତଦନ୍ତ ପୁଲିସ କରୁଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି। ଏପରିକି ପୁଲିସ ପାଖରେ ଦିନବନ୍ଧୁ ମିଶ୍ରଙ୍କ ମୃତ୍ୟୁକାଳିନ ଜମାନବନ୍ଦି ମଧ୍ୟ ରହିଛି ତା ସତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ୍‍ ନ କରି ସମୟ ଗଡ଼ାଇ ଚାଲିଛି ଯାହାକି ଏକ ଲଜ୍ଜାଜନକ ଘଟଣା ଏବଂ ପୁଲିସର ଏତାଦୃଶ କାର୍ଯ୍ୟକୁ ଦୃଢ଼ତାର ସହିତ ବିଶ୍ୱବିଦ୍ୟାଳୟର ପୁର୍ବତନ ସିନେଟ ଏବଂ ସିଣ୍ଡିକେଟ ସଭ୍ୟ ନିନ୍ଦା କରିଛନ୍ତି। ଜିଲ୍ଲା ଶେଷନ ନ୍ୟାୟାଳୟର ବିଚାରପତି କୁଳପତି ପ୍ରଫେସର ମିତ୍ତଲ ଏବଂ ଦୁଇ ଅଧିକାରୀଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ପିଟିସନର କୁଳପତି ଜାମିନ ପାଇଁ କୌଣସି ଯୋଗ୍ୟତା ରହି ନ ଥିବା ଏବଂ ଏପରିକି କୁଳପତି ତଥା ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଅନେକ ସାମଗ୍ରୀ ରହିଥିବା ସତ୍ୱେ ପୁଲିସ ପକ୍ଷରୁ ଅଭିଯୁକ୍ତ କୁଳପତିଙ୍କୁ ଉଚ୍ଚନ୍ୟାୟାଳୟରୁ ବେଲ ପାଇବା ପାଇଁ ପୁଲିସର ସହଯୋଗ ଜାରି ରହିଥିବା ଏହି ପୁଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଥିଲା।

Comments are closed.