ସନ୍ଧ୍ୟା ୫ଟା-ମୁଖ୍ୟ ଖବର
–କରୋନା ସ୍ଥିିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ସଂକ୍ରମଣ ହାର ଧୀରେ ଧୀରେ କମୁଛି।
–ଏପ୍ରିଲ ୨୯ରେ ଦେଶରେ ସଂକ୍ରମଣ ହାର ଥିଲା ୨୧.୫%, ଏବେ ତାହା ଖସି ୧୦.୪୫%ରେ ପହଞ୍ଚିଛି-ଲବ ଅଗ୍ରୱାଲ
– ଟିକାକରଣ ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା-ଏବେ ଦୈନିକ ୪୩ଲକ୍ଷ ଟିକାକରଣ ହେଉଛି, ୩ ସପ୍ତାହରେ ୭୩ ଲକ୍ଷକୁ ବଢ଼ାଯିବ। ପରବର୍ତ୍ତୀ ସମୟରେ ଦିନକୁ ୧ କୋଟି ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ।
–ଦେଶରେ ଗତ ତିନିଦିନ ହେଲାଣି ସଂକ୍ରମଣ ହାର ୧୦% ତଳେ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୯.୭୫%ରହିଛି
– ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ
–ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ ପରେ ଭୁବନେଶ୍ୱରରେ ସମୀକ୍ଷା
–ପଶ୍ଚିମବଙ୍ଗ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ
–ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍ ଇଞ୍ଜେକ୍ସନ
– ଚିନ୍ତା ବଢ଼ାଉଛି ଧଳା କବକ ସଂକ୍ରମଣ; ରୋଗୀଙ୍କ ଅନ୍ତ୍ରନଳୀରେ ହୋଇଯାଉଛି ଛିଦ୍ର
– କରୋନା ବିରୋଧୀ ଲଢ଼େଇରେ ସାମିଲ ହେଲା ‘କକ୍ଟେଲ ଆଣ୍ଟିବଡି’, ରୋଗୀଙ୍କ ଉପରେ ୭୦% ପ୍ରଭାବୀ
– ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି
– ଦେଶରେ ପୁଣି ୨ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
Related Posts
Comments are closed.