www.samajalive.in
Friday, December 12, 2025
16.1 C
Bhubaneswar

ସେରମ୍‍ ଦେଲା ପୁଣି ଲକ୍ଷେ ‘କୋଭିସିଲ୍ଡ’, ୭୧ ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣା ଟିକାକରଣ ଅଭିଯାନରେ ପୁଣି ୧ଲକ୍ଷ ଟିକା ସାମିଲ ହୋଇଛି। ଚତୁର୍ଥ ଦଫାରେ ଗତକାଲି ‘ସେରମ୍‍ ଇନଷ୍ଟିଚ୍ୟୁଟ୍‍’ ପକ୍ଷରୁ ଓଡ଼ିଶାକୁ ପୁଣି ୧ଲକ୍ଷ ପାନ ‘କୋଭିସିଲ୍ଡ’ ଟିକା ଆସିଛି ବୋଲି ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ରାଜ୍ୟର ସମ୍ବଲପୁର, ରାଉରକେଲା, କଟକ ଓ ବ୍ରହ୍ମପୁର ଭଳି ୪ଟି ମହାନଗରରେ ଏହି ବର୍ଗ ଯୁବକଯୁବତୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ‘କୋଭିସିଲ୍ଡ’ ଟିକା ଦିଆଯାଉଛି। ଚାରିଟି ପର୍ଯ୍ୟାୟରେ ରାଜ୍ୟକୁ ୫ଲକ୍ଷ ୩୦ହଜାର ଟିକା ଆସିଲାଣି। ଇତିମଧ୍ୟରେ ପ୍ରାୟ ଦେଢ଼ଲକ୍ଷ ଲୋକ ‘କୋଭିସିଲ୍ଡ’ ଟିକା ନେଇସାରିଲେଣି। ଏବେ ରାଜ୍ୟ ସରକାରଙ୍କ ପାଖରେ ନିଜସ୍ୱ କୋଭିସିଲ୍ଡ ଟିକା ୪ଲକ୍ଷ ୫ହଜାର ୭୩୦ ପାନ ରହିଥିବା ବେଳେ ୨୫ହଜାର ୨୦୦ ‘କୋଭାକ୍ସିନ’ ଟିକା ରହିଛି। ଏହାବାଦ୍‍ ଭାରତ ସରକାରଙ୍କ ପ୍ରଦତ୍ତ ୨ଲକ୍ଷ ୩୩ହଜାର ୮୩୦ ‘କୋଭିସିଲ୍ଡ’ ଏବଂ ୩ଲକ୍ଷ ୩୭ହଜାର ୫୬୦ ‘କୋଭାକ୍ସିନ୍‍’ ଟିକା ରହିଛି। ଆଜି ଭାରତ ସରକାରଙ୍କ ପକ୍ଷରୁ ଆଉ କିଛି ଟିକା ଆସିବାର ରହିଛି ବୋଲି ସେ କହିଛନ୍ତି।

ଶ୍ରୀ ପାଣିଗ୍ରାହୀଙ୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଗତକାଲିଠାରୁ ଜାରି କରାଯାଇଛି। ତେବେ ଭାରତୀୟ ପାଣିପାଗ ବିଭାଗ ଏବଂ ରାଜ୍ୟ ସ୍ୱତନ୍ତ୍ର ଆୟୁକ୍ତଙ୍କ ସୂଚନାକୁ ନେଇ ଆସନ୍ତାକାଲି ସମ୍ଭାବ୍ୟ ବାତ୍ୟା ଲାଗି ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ପ୍ରଭୃତି କେତେକ ଜିଲାରେ ଟିକାକରଣ ବନ୍ଦ ପାଇଁ ନିର୍ଦେଶ ଜାରି କରାଯିବ।

- Advertisement -

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ରବିବାର ସୁଦ୍ଧା ୭୧ ଲକ୍ଷ ୧୬ ହଜାର ୯୯୭ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ବର୍ଷରୁ ଊର୍ଦ୍ଧ୍ବ ସର୍ବାଧିକ ୪୬ ଲକ୍ଷ ୨୩ ହଜାର ୭୦୯ ଜଣ ହିତାଧିକାରୀ ପ୍ରଥମ ପାନ ଏବଂ ୧୦ ଲକ୍ଷ ୪୭ ହଜାର ୩୬୦ ଜଣ ଦ୍ୱିତୀୟ ପାନ ଟିକା ନେଇଛନ୍ତି। ସେହିପରି ୩ ଲକ୍ଷ ୨୮ ହଜାର ୪୨୬ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ପାନ ଟିକା ନେଇଥିବା ବେଳେ ୨ ଲକ୍ଷ ୭୬ ହଜାର ୬୪୨ ଦ୍ୱିତୀୟପାନ ଟିକା ନେଇଛନ୍ତି। ସେହିପରି ୨ ଲକ୍ଷ ୭୭ ହଜାର ୨୮୫ କରୋନା ଯୋଦ୍ଧା ପ୍ରଥମ ପାନ ନେଇଥିବା ବେଳେ ୧ ଲକ୍ଷ ୬୭ ହଜାର ୬୯୯ ଦ୍ୱିତୀୟପାନ ଟିକା ନେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୮ରୁ ୪୪ବର୍ଷ ବୟସ୍କଙ୍କ ପାଇଁ ଚାଲିଥିବା ମାଗଣା ଟିକାକରଣ ଅଭିଯାନରେ ଅଦ୍ୟାବଧି ୭ ଲକ୍ଷ ୬୩ ହଜାର ୫୫୪ ଜଣଙ୍କୁ ଟିକାକରଣ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories