www.samajalive.in
Monday, December 15, 2025
14.1 C
Bhubaneswar

କର୍ଣ୍ଣାଟକରେ ବଢିଲା ତାଲାବନ୍ଦ କଟକଣା ; ଜୁନ୍‍ ୭ ପର୍ଯ୍ୟନ୍ତ ଜାରି ରହିବ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ସେଠାରେ ତାଲାବନ୍ଦ କଟକଣା ଅବଧିରେ ବୃଦ୍ଧି କରାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦିୟୁରାପ୍ପା ଶୁକ୍ରବାର ରାଜ୍ୟବ୍ୟାପୀ ତାଲାବନ୍ଦ କଟକଣା ଆଉ ଏକ ସପ୍ତାହ ବୃଦ୍ଧି କରିଛନ୍ତି। ଫଳରେ ଏହି କଟକଣା ଜୁନ୍‍ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ବରୁ ମଇ ୧୦ରୁ ମଇ ୨୪ ପର୍ଯ୍ୟନ୍ତ ରାଜ୍ୟ ସରକାର କଟକଣା ଜାରି କରିଥିଲେ।
ଇତିମଧ୍ୟରେ କର୍ଣ୍ଣାଟକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାରରୁ ଅଧିକ ରହୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ଅଧିକ ରହୁଥିବା ଲକ୍ଷ୍ୟ କରାଯାଇଛି। ରାଜ୍ୟରେ ସଂପ୍ରତି ୫ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା କହିଛନ୍ତି ଯେ, ରାଜ୍ୟର ବରିଷ୍ଠ ମନ୍ତ୍ରୀଗଣ, ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯିବା ପରେ ତାଲାବନ୍ଦ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଜନସାଧାରଣ ଏଥିରେ ପୂର୍ଣ୍ଣ ସହଯୋଗ କରିବା ସହିତ କୋଭିଡ ସମ୍ପର୍କିତ ନିୟମାବଳୀ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories