www.samajalive.in
Friday, December 5, 2025
20.1 C
Bhubaneswar

ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆର ତଥ୍ୟ ଚୋରି ହେବାଦ୍ୱାରା ପ୍ରାୟ ୪୫ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ସାଇବର ଆକ୍ରମଣରେ ଏୟାର ଇଣ୍ଡିଆର ତଥ୍ୟ ଚୋରି ସମୟରେ ଏହି ଲୋକଙ୍କର ନାମ, ଜନ୍ମ ତାରିଖ, ଯୋଗାଯୋଗ ସମ୍ପର୍କିତ ସୂଚନା, ଟିକେଟ ସୂଚନା ଏବଂ କ୍ରେଡିଟ କାର୍ଡ, ପାସପୋର୍ଟ ସମ୍ପର୍କିତ ତଥ୍ୟ ମଧ୍ୟ ଚୋରି ହୋଇଥିବା ଜଣାଯାଇଛି। ପ୍ରକାଶ ଯେ ସାଇବର ଅପରାଧୀମାନେ ଜେନେଭାସ୍ଥିତ ଯାତ୍ରୀ ପରିବହନକାରୀ ସଂସ୍ଥା ଏସଆଇଟିଏ ତଥ୍ୟକୁ ଚୋରି କରିନେଇଛନ୍ତି। ଯେଉଁଥିରେ ଏୟାର ଇଣ୍ଡିଆର ତଥ୍ୟ ରହିଥିଲା। ଏହି ସମସ୍ତ ତଥ୍ୟ ଏୟାର ଇଣ୍ଡିଆ ନିକଟରେ ୨୦୧୧ ଅଗଷ୍ଟ ୨୬ରୁ ୨୦୨୧ ଫେବ୍ରୁଆରୀ ୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ଦଶ ବର୍ଷ ମଧ୍ୟରେ ପଞ୍ଜିକୃତ ବିମାନ ଯାତ୍ରୀଙ୍କର ବୋଲି ବିମାନ ଚଳାଚଳ ସଂସ୍ଥା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏସଆଇଟିଏ ବିଶ୍ୱର କେତେକ ପ୍ରମୁଖ ବିମାନ ଚଳାଚଳ ସଂସ୍ଥାକୁ ସେବା ଯୋଗାଇଥାଏ, ଯେଉଁଥିରେ ସିଙ୍ଗାପୁର ଏୟାରଲାଇନ୍ସ, ଲୁଫଥାନ୍ସା ଏବଂ ୟୁନାଇଟେଡ ଏୟାର ସହିତ ଏୟାର ଇଣ୍ଡିଆ ମଧ୍ୟ ରହିଛି। ଏୟାର ଇଣ୍ଡିଆ ପକ୍ଷରୁ ତାହାର ଗ୍ରାହକମ।।ନଙ୍କୁ ଇ-ମେଲ ଜରିଆରେ କୁହାଯାଇଛି ଯେ କମ୍ପାନୀକୁ ପ୍ରଥମେ ୨୦୨୧ ଫେବ୍ରୁଆରୀ ୨୫ରେ ଏହାର ଡାଟା ପ୍ରୋସେସରରୁ ପ୍ରଥମ ସୂଚନା ମିଳିଥିଲା। ପରେ ଏପ୍ରିଲ ୫ ତାରିଖରେ ମଧ୍ୟ ଦ୍ୱିତୀୟ ଦଫା ସୂଚନା ମିଳିଥିଲା। ତେବେ ଗ୍ରାହକଙ୍କର ପାସୱାର୍ଡ ସମ୍ପର୍କିତ ତଥ୍ୟ ସୁରକ୍ଷିତ ରହିଥିବା ଏହା ସ୍ପଷ୍ଟ କରିଛି। ଏ ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ଏବଂ କ୍ରେଡିଟକାର୍ଡ ବ୍ୟବହାରକାରୀ ତୁରନ୍ତ ସେମାନଙ୍କର ପାସୱାର୍ଡ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories