ବେଜିଂ: ଶନିବାର ପ୍ରତ୍ୟୁଷରେ ଚୀନରେ ଏକ ବଡଧରଣର ଭୂ କମ୍ପ ଅନୁଭୂତ ହୋଇଛି। ଦେଶର କ୍ୱିଙ୍ଗହାଇ ପ୍ରଦେଶରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୨.୪ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୪ ଥିଲା। ଏହାର ଉତ୍ପତ୍ତି ସ୍ଥଳ ଜିନିଙ୍ଗ ସହରର ଦକ୍ଷିଣ ପଶ୍ଚିମକୁ ୪୦୦ କିଲୋମିଟର ଦୂରରେ ଏବଂ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଅବସ୍ଥିତ ଥିବା ଆମେରିକୀୟ ଭୂକମ୍ପ ବିଜ୍ଞାନୀମାନେ କହିଛନ୍ତି।
ଭୂକମ୍ପ ପରେ ଚୀନର ଦକ୍ଷିଣ ପଶ୍ଚିମ ଭାଗରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ବିବରଣୀ ହସ୍ତଗତ ହୋଇନାହିଁ।
ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪
Popular Categories



