www.samajalive.in
Friday, December 12, 2025
14.1 C
Bhubaneswar

ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା

ଉଦ୍ଧାମପୁର: ଜାମ୍ମୁ କାଶ୍ମୀରରେ ଜଣେ ୧୨୦ ବର୍ଷ ବୟସ୍କା ମହିଳା ସଂପ୍ରତି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଛନ୍ତି। ଉଦ୍ଧାମପୁରର ଗ୍ରାମାଞ୍ଚଳରେ ବାସ କରୁଥିବା ଏହି ଶତାୟୁ ମହିଳା ନିଜେ କୋଭିଡ ଟିକା ନେବା ସହିତ ଅନ୍ୟମାନେ ତାହା ନେବାକୁ ପରମର୍ଶ ଦେଇଛନ୍ତି। ଏଥିପାଇଁ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ୱାଇ କେ ଜୋଷୀ ଉକ୍ତ ମହିଳାଙ୍କୁ ଶୁକ୍ରବାର ଦିନ ତାଙ୍କ ଘରେ ଭେଟି ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଦେଶର ଅଧିକାଂଶ ଭାଗରେ କୋଭିଡ ଟିକା ନେବାକୁ ଅନେକ ଲୋକଙ୍କ ମନରେ କୁଣ୍ଠା ପ୍ରକାଶ ପାଉଥିବାବେଳେ ୧୨୦ ବର୍ଷ ବୟସ୍କା ଏହି ମହିଳା ଢୋଲି ଦେବୀ ନିଜେ ଚଳିତ ମାସ ୧୭ ତାରିଖରେ ଟିକା ନେବାକୁ ଆଗେଇ ଆସିଥିଲେ। ଏହାଦ୍ୱାରା ଜାମ୍ମୁ କାଶ୍ମୀର ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ମନରେ ରହିଥିବା ଶଙ୍କା ଦୂର ହେବ ବୋଲି କହିଛନ୍ତି ସେନା କମାଣ୍ଡର। ଢୋଲିଙ୍କ ପରେ ଏବେ ଗ୍ରାମର ଅନ୍ୟମାନେ ମଧ୍ୟ ଟିକାକରଣ ପାଇଁ ଆଗେଇ ଆସିଛନ୍ତି।
ଏ ସମ୍ପର୍କରେ ପ୍ରକାଶ କରି ନିଜେ ଢୋଲି ଦେବୀ କହିଛନ୍ତି, ତାଙ୍କୁ ୧୨୦ ବର୍ଷ ହେଲାଣି। ସେ କୋଭିଭ ଟିକା ନେଇଛନ୍ତି ଏବଂ ତାଙ୍କର କିଛି ଅସୁବିଧା ହୋଇନାହିଁ। ତାଙ୍କ ନାତି ଚମନ ଲାଲ୍‍ କହିଛନ୍ତି, ଏଭଳି ପରିଣତ ବୟସରେ ତାଙ୍କ ଜେଜେ ମା ଟିକା ନେଇଛନ୍ତି। ତାଙ୍କଠାରେ ଜ୍ୱର ବା କିଛି ସମସ୍ୟା ଦେଖାଦେଇନାହିଁ। ସମସ୍ତେ କୋଭିଡ ଟିକା ନେବାକୁ ତାଙ୍କ ଜେଜେ ମା ନିବେଦନ କରିଛନ୍ତି। ଢୋଲିଙ୍କର ଏଭଳି କାଯ୍ୟଁରେ ପ୍ରେରିତ ହୋଇ କାରଗିଲ ଯୁଦ୍ଧ ହିୋ ଲେଫ୍ଟନାଣ୍ଟ ଜୋଷୀ ଉଦ୍ଧାମପୁରର ଡୁଡୁ ତହସିଲ ଅନ୍ତର୍ଗତ ଗାର୍‍ କାଟିୟା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଏବଂ ସେନା ଅଧିକାରୀଙ୍କ ଉପସ୍ଥିତିରେ ଏହି ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories