www.samajalive.in
Saturday, December 6, 2025
15.1 C
Bhubaneswar

ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

ନୂଆଦିଲ୍ଲୀ: ଭାରତ ଭଳି ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ର ମୁଣ୍ଡପିଛା ଆୟ କ୍ଷେତ୍ରରେ ବାଂଲାଦେଶ ଠାରୁ ପଛରେ ପଡିଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ବାଂଲାଦେଶ ଜନସାଧାରଣଙ୍କ ମୁଣ୍ଡପିଛା ହାରାହାରି ଆୟ ୨୨୨୭ ଡଲାର ହୋଇଛି।ଏହା ୨୦୧୯-୨୦ ଆର୍ଥିକ ବର୍ଷରେ ସେମାନଙ୍କର ରହିଥିବା ମୁଣ୍ଡପିଛା ଆୟ ୨୦୬୪ ଡଲାର ତୁଳନାରେ ୯%ରୁ ଅଧିକ ବୃଦ୍ଧିପାଇଛି। ତାଜା ସରକାରୀ ତଥ୍ୟରୁ ଜଣାଯାଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତରେ ମୁଣ୍ଡପିଛା ଆୟ ହାରାହାରି୧୯୪୭.୪୧୭ ଡଲାର ହୋଇଛି। କୋଭିଡ ମହାମାରୀ ସଂକ୍ରମଣ ଏବଂ ସେହି କାରଣରୁ ଦେଶବ୍ୟାପୀ ତାଲାବନ୍ଦ କାର୍ଯ୍ୟକାରୀ କରାଯିବା ଦ୍ୱାରା ଦେଶର ଅର୍ଥନୀତି ସଂକୁଚି ହେବା ସହିତ ଲୋକଙ୍କର ଆୟ ହ୍ରାସ ପାଇଥିବା ଜଣାଯାଇଛି।
ଇାଂଲାଦେଶର ଯୋଜନା ମନ୍ତ୍ରୀ ଏମ ଏମ ମନାନ୍‍ ସେ ଦେଶର ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ସହିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେବା ଅବସରରେ ଏହି ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ବାଂଲାଦେଶ ସଂପ୍ରତି ଶ୍ରମ ଭିତ୍ତିକ ରପ୍ତାନି ସ୍ଥଳ ଭାବେ ପରିଚିତ ହେଉଛି, କିନ୍ତୁ ତାହା ଭାରତ ତୁଳନାରେ ଅଧିକ ବେଗରେ ଅଭିବୃଦ୍ଧି ହାସଲ କରିପାରିବ ନାହିଁ। ଏହି ଅଭିବୃଦ୍ଧି ସାମୟିକ। ତାହାସହିତ ଭାରତ କେତେକ ଅଦରକାରୀ ନୀତିକୁ ନେଇ ନିଜ ଗୋଡରେ ନିଜେ କୁରାଢୀ ମାରୁଥିବା ସେ କହିଥିବା ବାଂଲାଦେଶ ବୈଦେଶିକ ଆର୍ଥିକ ସେବାର ଜଣେ ଅର୍ଥନୀତିଜ୍ଞ ନିଜ ପରିଚୟ ଗୋପନ ରଖି କହିଛନ୍ତି।
ସୂଚନାଯୋଗ୍ୟ ଯେ ଗତବର୍ଷ ଅକ୍ଟୋବରରେ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦ୍ୱାରା ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ସମ୍ପର୍କିତ ତଥ୍ୟ ପ୍ରକାଶ କରାଯିବା ସମୟରେ ଏଥିରେ ମଧ୍ୟ କୁହାଯାଇଥିଲା ଯେ ୨୦୨୦ରେ ଭାରତ ତୁଳନାରେ ବାଂଲାଦେଶର ମୁଣ୍ଡପିଛା ଆୟ ଡଲାର ହିସାବରେ ଅଧିକ ହେବ। ସେତେବେଳେ ଏହାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ସେତେବେଳେ ଭାରତର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‍ କହିଥିଲେ ଯେ ସଂଖ୍ୟା କଦାପି ତୁଳନୀୟ ନୁହେଁ। ସମୟ ଏବଂ ରାଷ୍ଟ୍ର ଆଧାରରେ କଲ୍ୟାଣମୂଳକ ତୁଳନାନିମନ୍ତେ ମାର୍କେଟ ଏକ୍ସଚେଞ୍ଜ ଯୁକ୍ତିଯୁକ୍ତ ସାଧନ ନୁହେଁ। କାରଣ ସେମାନେ ହୁଏତ ସେମାନଙ୍କର ଘରୋଇ ମୁଦ୍ରାସ୍ଫୀତିକୁ ସଠିକ ଭାବରେ ଉପସ୍ଥାପନ କରୁନଥିବେ ଏବଂ ସେହି ସମୟରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ତଥ୍ୟ ମଧ୍ୟ ରଖୁ ନଥାଇପାରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories