www.samajalive.in
Saturday, December 6, 2025
16.1 C
Bhubaneswar

୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି

ନୂଆଦିଲ୍ଲୀ: ୨୦୨୦ରେ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାହାର ତାରକା ପ୍ରଚାରକଙ୍କ ପାଇଁ ୨୪.୭ କୋଟି ଟଙ୍କା ଖର୍ଚ୍ଚ କରିଛି। ଜେ ପି ନଡ୍ଡା, ରାଜନାଥ ସିଂ, ଯୋଗୀ ଆଦିତ୍ୟନାଥ, ସୁଶିଲ ମୋଦି, ଦେବେନ୍ଦ୍ର ଫଡନାବିସ୍‍, ଶାହନୱାଜ ହୁସେନ, ଆର ପି ସିଂହ, ରଘୁବର ଦାସ, ରାଜୀବ ପ୍ରତାପ ରୁଡି, ଭୂପେନ୍ଦ୍ର ଯାଦବ, ମଙ୍ଗଲ ପାଣ୍ଡେଙ୍କ ଭଳି ତାରକା ପ୍ରଚାରକଙ୍କ ବିମାନ ଯାତ୍ରା ଏବଂ ଆନୁଷଙ୍ଗିକ ଖର୍ଚ୍ଚ ପରିମାଣ ୨୪.୭ କୋଟି ଟଙ୍କା ବୋଲି ଦଳର ନିର୍ବାଚନୀ ଖର୍ଚ୍ଚ ରିପୋର୍ଟରୁ ଜଣାଯାଇଛି। ଏହାକୁ ମିଶାଇ ଉକ୍ତ ନିର୍ବାଚନରେ ଦଳ ତାହାର କେନ୍ଦ୍ରୀୟ ପାଣ୍ଠିରୁ ପ୍ରାୟ ୨୬.୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜାଣିବାକୁ ମିଳିଛି। ଏଥିସହିତ ଭାଜପା ପକ୍ଷରୁ ବିହାର ଶାଖା ଦ୍ୱାରା ହୋଇଥିବା ମୋଟ ଖର୍ଚ୍ଚ ପରିମାଣ ପ୍ରାୟ ୨୮ କୋଟି ଟଙ୍କା। ସେଥିମଧ୍ୟରୁ ୧୬.୫ କୋଟି ଟଙ୍କା ଆର୍ଥିକ ସହାୟତା ଆକାରରେ ଦଳୀୟ ପ୍ରାର୍ଥୀଙ୍କୁ ଦିଆଯାଇଥିଲା। ପ୍ରତ୍ୟେକ ଦଳୀୟ ପ୍ରାର୍ଥୀ ପ୍ରାୟ ୧୫ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରାଯାଇଥିବା ହିସାବରୁ ଜଣାଯାଇଛି। ଏ ସମସ୍ତ ଖର୍ଚ୍ଚ ମିଶାଇଲେ ଭାଜପାର ନିର୍ବାଚନ ଖର୍ଚ୍ଚ ମୋଟ ପ୍ରାୟ ୭୧.୭୩ କୋଟି ଟଙ୍କା ହୋଇଥିବା ଏବଂ ଦଳକୁ ୩୫ କୋଟି ୮୩ ଲକ୍ଷ ଟଙ୍କା ଦାନ ଆକାରରେ ମିଳିଥିବା କୁହାଯାଇଛି। ଦଳର କେନ୍ଦ୍ରୀୟ ପାଣ୍ଠି ପରିମାଣ ନିର୍ବାଚନ ଘୋଷଣା ପୂର୍ବରୁ ୨୩୬୭.୯୦ କୋଟି ଟଙ୍କା ଥିବାବେଳେ ନିର୍ବାଚନ ପରବର୍ତ୍ତୀ ସମୟରେ ତାହା ୨୨୭୯.୯୬ କୋଟି ଟଙ୍କା ହୋଇଥିଲା। ନିର୍ବାଚନ ଆୟୋଗଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ଖର୍ଚ୍ଚ ହିସାବରେ କୁହାଯାଇଛି ଯେ ଭାଜାପାର କେନ୍ଦ୍ରୀୟ ନେତୃତ୍ୱ ନିର୍ବାଚନ ପରିଚାଳନା ଖର୍ଚ୍ଚ ବାବଦରେ ଦଳର ବିହାର ଶାଁଖାକୁ ୪୪.୪୪ କୋଟି ଟଙ୍କା ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories