www.samajalive.in
Saturday, December 6, 2025
19.1 C
Bhubaneswar

ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ଲାଲ କିଲ୍ଲାରେ ଘଟିଥିବା ହିଂସାତ୍ମକ ଘଟଣାରେ ଦିଲ୍ଲୀ ପୁଲିସ ୩୨୨୪ ପୃଷ୍ଠ ସମ୍ବଳିତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ତିସ୍‍ ହଜାରୀ ଅଦାଲତରେ ଦୀପ ସିଧୁ ଏବଂ ଅନ୍ୟ ୧୫ ଜଣଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି। ଗଣତନ୍ତ୍ର ଦିବସରେ ବିକ୍ଷୋଭକାରୀ କୃଷକମାନଙ୍କ ପକ୍ଷରୁ ଆୟୋଜିତ ଟ୍ରାକ୍ଟର ଶୋଭାଯାତ୍ରା କାଳରେ ଅଭିନେତା ଦୀପ ସିଧୁ ଏବଂ ଅନ୍ୟମାନେ ଲାଲ କିଲ୍ଲାରେ ହିଂସାତ୍ମକ ଘଟଣାରେ ସଂପୃକ୍ତ ଥିବା ଏହି ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି। ସୂଚନାଯୋଗ୍ୟେ ଯେ କେନ୍ଦ୍ର ସରକାରଙ୍କ ତିନିଟି ବିବାଦୀୟ କୃଷି ଆଇନ ପ୍ରତିବାଦରେ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା ଆୟୋଜନ କରିଥିବା ସମୟରେ ଲାଲ କିଲ୍ଲାରେ ହିଂସାତ୍ମକ ଘଟଣା ଘଟିଥିଲା। ବିକ୍ଷୋଭକାରୀମାନେ ପୁଲିସ ଉପରେ ଆକ୍ରମଣ କରି ସେମାନଙ୍କୁ ଲହୁ ଲୁହାଣ କରିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହି ସମୁଦାୟ ଷଡଯନ୍ତ୍ର କିଭଳି ପରିକଳ୍ପନା କରାଯାଇଥିଲା ଏବଂ ତାହାକୁ କିଭଳି ବାସ୍ତବ ରୂପ ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ୨୫୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଏଥିରେ ସାମିଲ ଅଛି। ଉକ୍ତ ମାମଲାରେ ଦୀପ ସିଧୁ ଏବଂ ଲାଖା ସିଧାନାଙ୍କୁ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ଦର୍ଶାଯାଇଥିବା ଦିଲ୍ଲୀ ପୁଲିସ ସୂତ୍ରରୁ ଜଣାଯାଇଛି। ଏଥିସହିତ ଅଭିଯୋଗ ଫର୍ଦ୍ଦରେ ବହୁ ବିଶିଷ୍ଟ କୃଷକ ନେତାଙ୍କ ନାମ ମଧ୍ୟ ରହିଛି। ପୁଲିସ କହିବା ଅନୁଯାୟୀ ଲାଖା ସିଧାନାଙ୍କ ସମେତ ଛଅଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି। ଦିଲ୍ଲୀ ପୁଲିସର ଅପରାଧ ନିୟନ୍ତ୍ରଣ ଶାଖା ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଦଫା ଲଗାଯାଇଛି, ଯେଉଁଥିରେ ହତ୍ୟା ଉଦ୍ୟମ, ଡକାୟତି ଆଦି ଅନ୍ତର୍ଭୁକ୍ତ। ମାମଲାର ଶୁଣାଣି ଚଳିତ ମାସ ୨୮ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀର ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଗଜେନ୍ଦ୍ର ସିଂହ ନାଗର। ଉକ୍ତ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୪୮ଟି ମାମଲା ରୁଜ୍ଜୁ ହୋଇଛି ଏବଂ ପ୍ରାୟ ୧୫୦ ଜଣଙ୍କୁ ଗିରଫ କରାଯାଇସାରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories