www.samajalive.in
Sunday, December 7, 2025
26.1 C
Bhubaneswar

ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର କାରଣ ହୋଇଥିବା ନୋଭେଲ କରୋନା ଭୂତାଣୁ ଭବିଷ୍ୟତରେ ସାଧାରଣ ଥଣ୍ଡା, କଫ, କାଶ, ଛିଙ୍କ ଠାରୁ ଆଉ ଅଧିକ ମାରାତ୍ମକ ହୋଇନପାରେ ବୋଲି ଏକ ଅଧ୍ୟୟନରୁ ଜଣାଯାଇଛି। ଜର୍ଣ୍ଣାଲ ଭାଇରସେସରେ ପ୍ରକାଶିତ ଏହି ଗବେଷଣାମୂଳକ ରିପୋର୍ଟରେ ଗାଣିତିକ ମଡେଲକୁ ଭିତ୍ତିକରି ଏକ ଆକଳନ ରିପୋର୍ଟ ଉପସ୍ଥାପନ କରାଯାଇଛି। ଯେଉଁଥିରେ ମଣିଷ ଶରୀରର ରୋଗ ପ୍ରତିରୋଧ କ୍ଷମତା ଉପରେ ସମୟକ୍ରମେ ବର୍ତ୍ତମାନ ମହାମାରୀ ସୃଷ୍ଟି କରୁଥିବା ଭୂତାଣୁର ପ୍ରଭାବ କିଭଳି ରହିବ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ସେଥିରେ ଆମେରିକାର ଉଟାହ ବିଶ୍ୱବିଦ୍ୟାଳୟର ଗଣିତ ଓ ଜୈବିକ ବିଜ୍ଞାନର ପ୍ରାଧ୍ୟାପକ ଫ୍ରେଡ ଆଡଲର କହିଛନ୍ତି, ଆଗାମୀ ଦଶନ୍ଧିରେ ଜନସାଧାରଣଙ୍କ ମଧ୍ୟରେ ସାମୂହିକ ଭାବରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଇବା ଦ୍ୱାରା କୋଭିଡ-୧୯ର ମାରାତ୍ମକ ପ୍ରଭାବ ହ୍ରାସ ପାଇପାରେ। ସେ କହିଛନ୍ତି ଯେ ଭୂତାଣୁ ନିଜ ରୂପ ବଦଳାଇବା ଅପେକ୍ଷା ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି କିଭଳି କାର୍ଯ୍ୟ କରୁଛି ତାହା ଉପରେ ଏହି ରୋଗର ତୀବ୍ରତା ନିର୍ଭର କରୁଛି। ଋତୁକାଳୀନ କରୋନା ଭୂତାଣୁ ଜନସଂଖ୍ୟାକୁ ଆକ୍ରାନ୍ତ କରୁଥିଲେ ମଧ୍ୟ ସେଗୁଡିକ କମ୍‍ ବିପଜ୍ଜନକ ହୋଇଥିବାବେଳେ ସେହି ଗୋଷ୍ଠୀର ସାର୍ସ-ସିଓଭି-୨ ସବୁଠାରୁ ମାରାତ୍ମକ ହୋଇଛି। ଗବେଷକମାନେ କହିଛନ୍ତି ଯେ ଶରୀରରେ ଥଣ୍ଡା ସୃଷ୍ଟିକାରୀ ଏହି ଶ୍ରେଣୀର ଏକ ପ୍ରକାର ଭୂତାଣୁ ଉନ୍ନବିଂଶ ଶତାବ୍ଦୀରେ ଭୟଙ୍କର ରୂପ ନେବାସହିତ ‘ରଷିଆନ୍‍ ଫ୍ଲୁ’ ମହାମାରୀ ସୃଷ୍ଟି କରିଥିବା ପ୍ରମାଣ ରହିଛି। ଆଡଲର କହିଛନ୍ତି, ଏହି ମହାମାରୀ ଆସିବା ପୂର୍ବରୁ ତାହା ସମ୍ପର୍କରେ କେହି ଜାଣିନଥିଲେ। ଆମ ଶରୀରର ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ସେଥିପାଇଁ ପ୍ରସ୍ତୁତ ନଥିଲା। ତେବେ ଯେଉଁମାନେ ଏହାଦ୍ୱାରା ସଂକ୍ରମିତ ହୋଇ ଆରୋଗ୍ୟ ଲାଭ କରୁଛନ୍ତି ଅଥବା ଯେଉଁମାନେ ଟିକା ନେଉଛନ୍ତି, ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଇବ ଏବଂ ସମୟକ୍ରମେ ଏହାର ମାରାତ୍ମକ ପ୍ରଭାବ ହ୍ରାସପାଇବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories