ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କରୋନା ସଂକ୍ରମିତ
ସମ୍ବଲପୁର: କରୋନାର କରାଳ ପ୍ରକୋପ ଜାରି ରହିଥିବା ବେଳେ ସମସ୍ତବର୍ଗର ବ୍ୟକ୍ତି ଏହାର କବଳରେ ପଡୁଛନ୍ତି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି। ବିଧାୟକ ଜୟନାରାୟଣ ତାଙ୍କର ସାମାଜିକ ଗଣମାଧ୍ୟମ ଆକାଉନ୍ଟ ଜରିଆରେ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୧୮ ତାରିଖରେ ସେ ଓ ତାଙ୍କର ଧର୍ମପତ୍ନୀ ଜ୍ୟୋତ୍ସ୍ନା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସେମାନେ ଏବେ ଠିକ ଅଛନ୍ତି। ସେମାନଙ୍କ ସହିତ ବିଗତ ଦିନରେ ସର୍ମ୍ପକରେ ଆସିଥିବା ସମସ୍ତ ବ୍ୟକ୍ତି ମାନେ ସର୍ତକତା ଅବଲମ୍ବନ ସହିତ ଆବଶ୍ୟକସ୍ଥଳରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।
ଏହି ରୋଗକୁ ହାଲୁକା ଭାବରେ ନ ନେଇ ସମସ୍ତେ ଉପଯୁକ୍ତ ଭାବରେ ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ସହିତ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରନ୍ତୁ। ଅତି ଜରୁରୀ ନ ଥିଲେ ଘରେ ରହି ସୁସ୍ଥ ରୁହନ୍ତୁ ବୋଲି ବିଧାୟକ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପ୍ରାପ୍ତସୂଚନାନୁଯାୟୀ, ବିଧାୟକ ମିଶ୍ର ଓ ତାଙ୍କର ଧର୍ମପତ୍ନୀ କରୋନା ସଂକ୍ରମିତ ଥିବାର ଜଣାପଡିବା ପରେ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
Comments are closed.