www.samajalive.in
Sunday, December 14, 2025
17.1 C
Bhubaneswar

ଗୁରୁବାର ରାଶିଫଳ (୨୦.୦୫.୨୦୨୧)

ମେଷ: ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇ ପାରନ୍ତି। ଶୁଭଖବର ପାଇଁ ଖୁସି ହେବେ। ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଯାନବାହନ ସୁଖ ମିଳିବ। ପୌରୁଷ ପଣିଆ ପ୍ରତିପାଦନ କରିବେ।
ବୃଷ: ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମଧୁର ଭାଷାରେ ପରକୁ ଆପଣାର କରିପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବାର ସୂଚନା ମିଳୁଛି। କର୍ମ ଚଞ୍ଚଳ ରହିବେ। ସାହସୀ ଓ ଜ୍ଞାନଗରିମାଯୁକ୍ତ ହେବେ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଭଗବତ ପ୍ରେମୀ ହେବେ। ଦେବଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।
କର୍କଟ: ଆକସ୍ମିକ ସମସ୍ୟା ସମାଧାନ କରିବାରେ ସିଦ୍ଧହସ୍ତ ହେବେ। ମାନସିକ ଅଶାନ୍ତିର ଅବସାନ ଘଟିବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ। ନୀତିନିଷ୍ଠ ବ୍ୟକ୍ତି ଭାବେ ସମ୍ମାନିତ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ନିଃସ୍ବାର୍ଥପର ହେବେ।
ସିଂହ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
କନ୍ୟା: ପରୋପକାରରେ ଧନ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗନେଇ ନିରବ ଦର୍ଶକ ହୋଇ ପାରନ୍ତି। କର୍ମଚଞ୍ଚଳ ରହିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଉପୁଜିପାରେ।
ତୁଳା: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରି ପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ।
ବିଛା: ଶୁଭ ସମାଚାର ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେଇ ପାରେ। ଶୁଭକାର୍ଯ୍ୟ ପାଇ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ବିବାଦରେ ବିଦାୟୀ ହେବେ।
ଧନୁ: ପରୋପକାରୀ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରବଚନ ଶୁଣିବାକୁ ଇଚ୍ଛୁକ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି।
ମକର: ଦୁଃଶ୍ଚିନ୍ତା ଦୂର ହେବ। ଆଶ୍ବସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କେତେକ ବନ୍ଧୁ ବିରୋଧ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।
କୁମ୍ଭ: ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ।
ମୀନ: ବନ୍ଧୁ ସହଯୋଗ ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ପ୍ରଫୁଲ୍ଲିତ ହେବେ। ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories