www.samajalive.in
Monday, December 8, 2025
27.1 C
Bhubaneswar

ମହାନଦୀ ସେତୁ ଶ୍ରମିକ ମୃତ୍ୟୁ ଘଟଣା: ପ୍ରୋଜେକ୍ଟ , ସେଫ୍ଟି ମ୍ୟାନେଜରଙ୍କ ସମେତ ୩ଜଣଙ୍କୁ ଜାମିନ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣାଧିନ ଥିବା ଧଳପୁର- ଆଠମଲ୍ଲିକ ମହାନଦୀ ସେତୁରେ ଶ୍ରମିକ ମୃତ୍ୟୁ ମାମଲାରେ ବୁଧୁବାର ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଠିକାସଂସ୍ଥାର ପ୍ରେଜେକ୍ଟ ମ୍ୟାନେଜର, ସେଫ୍ଟି ମ୍ୟାନେଜର ଏବଂ ପ୍ରଶାସନିକ ଅଧିକାରୀଙ୍କ ଭଳି ୩ଜଣଙ୍କ ଜାମିନ ମଞୁର ହୋଇଛି। ଫଳରେ ଗତ ୧ ଏପ୍ରିଲରେ ଗିରଫ ହୋଇଥିବା ଠିକାସଂସ୍ଥାର ପ୍ରେଜେକ୍ଟ ମ୍ୟାନେଜର, ଈଶ୍ୱର ଭାଇ ପଟେଲ, ସେଫ୍ଟି ମ୍ୟାନେଜର ବିଧୁଭୂଷଣ ହୋତା, ପାର୍ଥସାରଥି ମହାକୁଡ ଭଳି ତିନିଜଣଙ୍କୁ ୪୯ ଦିନ ପରେ ଆଜି ଜେଲରୁ ଜାମିନରେ ବାହାରିଥିବା ଜଣାପଡିଛି।

ସୂଚନା ଥାଉ କି, ଖରଶଙ୍କୁଲେଇଠାରେ ଜିଲ୍ଲାର ଦ୍ୱିତୀୟ ବୃହତମ ମହାନଦୀ ସେତୁ ନିର୍ମାଣାଧିନ ରହିଛି। ସେତୁ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପଂହଚିଲା ବେଳକୁ ଗତ ଜାନୁୟାରୀ ୧୬, ମାର୍ଚ୍ଚ ୫ ଏବଂ ମାର୍ଚ୍ଚ ୭ତାରିଖରେ ତିନିଜଣ ଅଣ ଓଡିଆ ଶ୍ରମିକଙ୍କ ମୃତ୍ୟୂ ଘଟିଥିଲା। ଏହି ଘଟଣାରେ ପ୍ରାଥମିକ ପର୍ୟ୍ୟାୟରେ ପୁଲିସ ଠିକାସଂସ୍ଥାର ତିନିଜଣ ତଳିଆ କର୍ମଚାରଙ୍କୁ ଗତ ୧ ଏପ୍ରିଲରେ ଗିରଫ କରିଥିଲା। ମାତ୍ର ଠିକାସଂସ୍ଥାର ମାଲ୍ଲିକ ଅନ୍ୟାନ୍ୟ ଦାୟିତ୍ୱ ସମ୍ପନ୍ନ ବିଭାଗୀୟ ବଡବଡିଆ କର୍ମଚାରୀଙ୍କ ବିରୁଦ୍ଧରେ ଏଯାବତ୍‍ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରମିକ ମୃତ୍ୟୁ ମାମଲାରେ ଜଡିତ ଅନ୍ୟାନ୍ୟ ବଡବଡିଆ ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories