ବେଗୁନିଆ : ବର୍ତମାନ ପରିସ୍ଥିତିରେ ରାଜ୍ୟସରକାର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣ ଦୁରେଇ ରହିବା ପାଇଁ ସଚେତନତା ବାର୍ତ୍ତା ଦେବା ସହିତ ବିଭିନ୍ନ ନୀତିନିୟମ ପ୍ରଣୟନ କରୁଛନ୍ତି l ଇତିମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଂଚଳରେ ପ୍ରତେକ ଦିନ ଏହି ଭୁତାଣୁ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି l ଯେଉଁଥିପାଇଁ ସରକାର ପୁନଶ୍ଚ ଲୋକମାନଙ୍କୁ ଏହି ମହାମାରୀ ଭୁତାଣୁ ଠାରୁ ଯଥାସମ୍ଭବ ଦୁରେଇ ରଖିବା ପାଇଁ ତାଲାବନ୍ଦ ଘୋଷଣା କରିଛନ୍ତି l ଏଥି ସହିତ ଦୋକାନ ବଜାର ଏବଂ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ,ଅନୁଷ୍ଠାନ ସମ୍ପୂର୍ଣ ବନ୍ଦ କରିବାକୁ ନିର୍ଦେଶନlମl ଜାରି କରିଥିବାବେଳେ ଦିତୀୟ ପର୍ଯ୍ୟାୟ ତାଲାବନ୍ଦରେ ସକାଳ ୭ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବା ପାଇଁ ନିର୍ଦେଶ ଜାରି କରିଛନ୍ତି l
ଲୋକମାନଙ୍କର ଦୈନନ୍ଦିନ ଆବଶ୍ୟକ ଖାଦ୍ୟଦ୍ରବ୍ୟ ସହିତ ପନିପରିବା ତଥା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଆଦିରେ କିଛିଟା କୋହଳ ବ୍ୟବସ୍ଥା କରିଛନ୍ତି l କିନ୍ତୁ ଏ ସବୁ ନୀତିନିୟମକୁ ଗ୍ରାମର ଗଳି କନ୍ଦିରେ ସାଧାରଣ ଲୋକମାନେ ମାନିବାକୁ ନାରାଜ ଥିବାର ଦେଖିବାକୁ ମିଳୁଛି l ବିଭିନ୍ନ ପଂଚାୟତର ଛକ ଜାଗାରେ,ଗଳିକନ୍ଦିରେ ଏବଂ ଗାଁ ଭିତରେ ଦୋକାନ ବଜାର କରିଥିବା ବ୍ୟବସାୟୀ ମାନେ ଅଧାକବାଟ କିଳାରେ ବେଧଡକ ଭାବେ ବେପାର କରିଚାଲିଛନ୍ତି l ଲୋକମାନେ ମଧ୍ୟ ଏହି ଲୁଚା ଚୋରା କାରବlରକୁ ସମର୍ଥନ କରି ନିଜର ବେଖାତିରିଆ ଢଙ୍ଗରେ ସରକାରୀ କଳର ନୀତିନିୟମକୁ ଫୁ କରି ବେଫିକର ଭାବରେ ଜନଗହଳି ବଢ଼ାଇ ଚାଲିଛନ୍ତି l ଏହାଦ୍ୱାରା ସରକାର ଏହି ମହାମାରୀ ଭୁତାଣୁ ସଂକ୍ରମଣ ଦାଉରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ନେଉଥିବା ପଦକ୍ଷେପ ଭଣ୍ଡୁର ହେବା ସହିତ ମହାମାରୀ ଭୁତାଣୁ ତାର କାୟା ବିସ୍ତାର କରିବାକୁ ଜନସାଧାରଣ ସ୍ୱାଗତ କରୁଥିବାର ମନେ ହେଉଛି l ଏଣୁ ସ୍ଥାନୀୟ ପ୍ରଶାସନ ଗ୍ରାମାଞ୍ଚଳର ଗଳି କନ୍ଦି ଏବଂ ଛକ ଜାଗା ମାନଙ୍କରେ ପୋଲିସ ପ୍ରଶାସନକୁ ନିୟୋଜିତ କରିବା ସହିତ ବିନା କାର୍ଯ୍ୟରେ ଗାଡି ଧରି ବୁଲୁଥିବା ଅମାନିଆଁମାନଙ୍କ ଗାଡି ଜବତ କରିବା ସହିତ ଲୁଚା ଚୋରl ବ୍ୟବସାୟୀ ମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଗଲେ ହୁଏତ କିଛି ପରିମାଣରେ ଲୋକମାନଙ୍କ ମନରେ ଭୟ ସଂଚାର ହେବ ବୋଲି ଆଶା କରାଯାଉଛି l



