www.samajalive.in
Sunday, December 14, 2025
19.1 C
Bhubaneswar

କରୋନାକୁ ପରାସ୍ତ କଲା ୨୬ ଦିନର ଶିଶୁ – ଦେଖନ୍ତୁ ଭିଡିଓ

ନୂଆପଡ଼ା: ନୂଆପଡ଼ା ଜିଲା କୋଭିଡ୍‌ ପରିଚାଳନାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ମାତ୍ର ୨୬ ଦିନର ଜଣେ ନବଜାତକ ଶିଶୁ କୋଭିଡ୍‌ ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ସ୍ୱତନ୍ତ୍ର ନବଜାତକ ଯତ୍ନ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଜିଲାର ଶିଶୁ ରୋଗ ବିଶେଷଜ୍ଞ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥହୋଇ ଘରକୁ ଫେରିଛି।

- Advertisement -


ଜିଲାର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ଜ୍ୟୋତ୍ସାରାଣୀ ପାଟ୍ଟନାୟକଙ୍କ ସୂଚନା ମୁତାବକ ସଦର ବ୍ଲକ ବୋରୋମାଲ ପଞ୍ଚାୟତ ଭାଲୁକୋନା ଗ୍ରାମର ୟାଦରାମ ରାଉତଙ୍କ ସ୍ତ୍ରୀ ସୀମା ରାଉତ ଏପ୍ରିଲ ୧୭ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଜନ୍ମ ସମୟରେ ଶିଶୁଟି ମାତ୍ର ୩୩ ସପ୍ତାହର ଥିଲାବେଳେ ତା’ର ଓଜନ ୧୭୩୫ ଗ୍ରାମ ରହିଥିଲା। ଆବଶ୍ୟକ ସମୟ ପୂର୍ବରୁ ଓ କମ୍‌ ଓଜନ ବିଶିଷ୍ଟ ଶିଶୁ ହୋଇଥିବାରୁ ସେ ସମୟରେ ଶିଶୁକୁ ସ୍ୱତନ୍ତ୍ର ନବଜାତକ ଯତ୍ନକେନ୍ଦ୍ର (ଏସଏନସିୟୁ)ରେ ରଖି ଚିକିତ୍ସା କରାଯାଇ ଏପ୍ରିଲ ୨୪ ତାରିଖରେ ତାକୁ ଛଡ଼ାଯାଇଥିଲା। ଘରକୁ ଫେରିବା ପରେ ଶିଶୁ ପାଖରେ କାଶ, ସର୍ଦି ଆଦି ଲକ୍ଷଣ ଦେଖାଦେବାରୁ ପୁଣି ତାକୁ ତା’ର ମାଆ ମେ ୧୨ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲା। ସେଠାରେ ପରୀକ୍ଷଣ କରିବାରୁ ଉଭୟ ମାଆ ଓ ଶିଶୁ କୋଭିଡ୍‌ ଆକ୍ରାନ୍ତ ଥିବା ଜଣା ପଡ଼ିଥିଲା।

ତେବେ ମାଆକୁ ଗୃହ ସେଂରୋଧରେ ରଖି ଶିଶୁଟିକୁ ସ୍ୱତନ୍ତ୍ର ନବଜାତକ ଯତ୍ନକେନ୍ଦ୍ରରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ସେହି ସମୟରେ ଶିଶୁଟିର ଓଜନ ୧୬୩୦ ଗ୍ରାମ ଥିଲା ବେଳେ ଶିଶୁର ଶରୀରରେ ଅମ୍ଳଜାନ ସ୍ତର ୫୫%କୁ ଖସି ଆସିଥିଲା। ଶିଶୁ ଶରୀରରେ ଆବଶ୍ୟକତା ଠାରୁ କମ୍‌ ହିମୋଗ୍ଲୋବିନ ଥିବା ଜଣାପଡ଼ିଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡା. ଜ୍ୟୋତ୍ସାରାଣୀ ପଟ୍ଟନାୟକ ଓ ଶିଶୁ ରୋଗ ବିଶେଷଜ୍ଞ ଡା. ଅନୁଜ କୁମାର ମେହେର ଶିଶୁଟିର ଚିକିତ୍ସା ଦାୟିତ୍ବ ବହନ କରିଥିଲେ। ଦିନକ ପରେ ଶିଶୁଟିର ଅବସ୍ଥାରେ ସୁଧାର ଆସିବା ଆରମ୍ଭ ହୋଇଥିଲା। ମାଆ କୋଭିଡ୍‌ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ରହିଥିବାରୁ ଶିଶୁଟିକୁ ସମୟାନୁସାରେ ଖାଦ୍ୟ ପ୍ରଦାନ କରିବା, ତା’ର ସମସ୍ତ ଦାୟିତ୍ୱ ବହନ କରିବା, ଏପରିକି ଦୁଇ ଦୁଇ ଥର କୋମଳମତି ଶିଶୁ ଦେହରେ ରକ୍ତ ଅନ୍ତର୍ଭରଣ କରାଯାଇଥିଲା। ସ୍ୱତନ୍ତ୍ର ଯତ୍ନ କେନ୍ଦ୍ରର ସମସ୍ତ କର୍ମଚାରୀ, ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମେ ୧୮ ତାରିଖରେ ନିଜ ଘରକୁ ଫେରିଛି। ସୁସ୍ଥ ହେବା ପରେ ଶିଶୁର ଓଜନ ମଧ୍ୟ ବୃଦ୍ଧି ଘଟି ୧୮୦୦ ଗ୍ରାମରେ ପହଞ୍ଚିଛି। ଜିଲାପାଳ ସ୍ୱଧାଦେବ ସିଂ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଛୁଆର ଫଟୋ ଦେଇ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ସେମାନଙ୍କ ସଫଳତା ପାଇଁ ଧାନ୍ୟବାଦ ଜଣାଇଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories