www.samajalive.in
Wednesday, December 10, 2025
16.1 C
Bhubaneswar

ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲାରେ ବିଫଳତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ସମାଲୋଚନା କରିବା ପରେ ଏହାର ମୁକାବିଳା ପାଇଁ ଅଣ୍ଟା ଭିଡ଼ିଛି ଭାରତ ସରକାରଙ୍କ ଗଣମାଧ୍ୟମ ସଂସ୍ଥା ‘ପ୍ରସାର ଭାରତୀ’। ଭାରତ ସରକାରଙ୍କ ଆଭିମୁଖ୍ୟ ପ୍ରସାର ପାଇଁ ଏହା ‘ବିବିସି ୱର୍ଲଡ୍‌’ ଶୈଳୀରେ ନୂଆ ଖବର ପ୍ରସାରଣ ଚାନେଲ ଆରମ୍ଭ କରିବାକୁ ଯୋଜନା ଚଳାଇଛି। ଏହାର ନାମ ‘ଡିଡି ଇଣ୍ଟରନ୍ୟାସନାଲ’ ରଖାଯିବା ପ୍ରସ୍ତାବ ରହିଛି; ଯାହାକି ବିଶ୍ବସ୍ତରରେ ଭାରତର ସ୍ବର ହେବ ବୋଲି କହିଛନ୍ତି ପ୍ରସାର ଭାରତୀ ମୁଖ୍ୟ ଶଶୀ ଶେଖର।

ଏହା ‘ଦୂରଦର୍ଶନ’ ଦ୍ବାରା ସଞ୍ଚାଳନ ହେବ ଏବଂ ବିଶ୍ବବ୍ୟାପୀ ଭାରତର ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଓ ମହତ୍ତ୍ବପୂର୍ଣ୍ଣ ଘଟଣାବଳୀ ଉପରେ ସରକାରଙ୍କ ପଦକ୍ଷେପ ସପକ୍ଷରେ ପ୍ରଚାର କରିବ। ବିଭିନ୍ନ ବୈଦେଶିକ ପ୍ରସଙ୍ଗ ଉପରେ ଭାରତର ନୀତିକୁ ମଧ୍ୟ ଏହା ପ୍ରଚାର କରିବ। ଏଥିପାଇଁ କିଛି ଘରୋଇ ସଂସ୍ଥାଙ୍କୁ ବିସ୍ତୃତ ପ୍ରକଳ୍ପ ଚିଠା ପ୍ରସ୍ତୁତ କରିବାକୁ କୁହାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ସମ୍ପ୍ରତି ଦୂରଦର୍ଶନ ପକ୍ଷରୁ ଇଂରାଜୀରେ ପ୍ରସାରିତ ‘ଡିଡି ଇଣ୍ଡିଆ’ ଚାନେଲ ଏହି କାର୍ଯ୍ୟ ନିର୍ବାହ କରୁଛି। ବିଶ୍ବସ୍ତରରେ ଏହାର ଦର୍ଶକ ଗ୍ରହଣୀୟତା ମଧ୍ୟ ରହିଛି। ପୂର୍ବରୁ କିଛି କାଳ ପାଇଁ ଏହାର ନାମ ‘ଡିଡି ୱର୍ଲଡ୍‌’ ରଖାଯାଇଥିଲା; କିନ୍ତୁ ୨୦୧୯ରେ ପୁନର୍ବାର ପୂର୍ବ ନାମ ଫେରି ପାଇଥିଲା। ଏବେ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନାର ଉପଯୁକ୍ତ ମୁକାବିଲା କରିବାରେ ‘ଡିଡି ଇଣ୍ଡିଆ’ ବୋଧ ହୁଏ ସମର୍ଥ ହେଲା ନାହିଁ; ସେଥିପାଇଁ ସମାନ ଢ଼ଙ୍ଗର ଦ୍ବିତୀୟ ଚ୍ୟାନେଲ ଆରମ୍ଭ କରିବା ପାଇଁ ପ୍ରସାର ଭାରତୀ ଉଦ୍ୟମ ଚଳାଇଥିବା କୁହାଯାଉଛି।

- Advertisement -

ଗତ ସପ୍ତାହରେ ସରକାରଙ୍କ ନିକଟରେ ଉପସ୍ଥାପିତ ପ୍ରସ୍ତାବ ଅନୁସାରେ ନୂଆ ଚାନେଲରେ କିଛି ଘରୋଇ ସଂସ୍ଥାଙ୍କୁ ସାମିଲ କରାଯିବ। ଏଥିପାଇଁ ଜୋର୍‌ଦାର ଉଦ୍ୟମ ଚାଲିଛି ଏବଂ ଖୁବ୍ ଶୀଘ୍ର ଏହି ଚାନେଲ ପ୍ରସାରଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ପ୍ରସାର ଭାରତୀର ପୂର୍ବତନ ମୁଖ୍ୟ ସୂର୍ଯ୍ୟ ପ୍ରକାଶଙ୍କ ମତରେ ବିବିସି, ସିଏନ୍‌ଏନ୍‌ ଭଳି ଚାନେଲର ମୁକାବିଲା ପାଇଁ ଭାରତୀୟ ଚାନେଲକୁ ପ୍ରସ୍ତୂତ କରାଯିବାର ସମୟ ଆସିଛି। ଏଥିପାଇଁ ‘ଡିଜିଟାଲ ମିଡିଆ’କୁ ବଳିଷ୍ଠ କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବାସ୍ତବରେ ଗତ ମାର୍ଚ୍ଚରେ ଆମେରିକାର ‘ଫ୍ରିଡମ୍‌ ହାଉସ୍’ ପକ୍ଷରୁ ଭାରତୀୟଙ୍କ ସ୍ବାଧୀନତା କ୍ଷୁଣ୍ଣ ହୋଇଥିବା ଓ ଭାରତ ଏବେ ଆଂଶିକ ସ୍ବାଧୀନ ବୋଲି ତଥ୍ୟ ପ୍ରକାଶ ପାଇବା ପରଠାରୁ ଭାରତ ସରକାର ଏଭଳି ରିପୋର୍ଟର ପ୍ରତିବାଦ ଜଣାଇବା ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଚିନ୍ତା କରୁଥିବା ପ୍ରକାଶ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories