www.samajalive.in
Monday, December 8, 2025
16.1 C
Bhubaneswar

ରେଲବାଇ ସମ୍ପତ୍ତି ଚୋରି, ୩ ଗିରଫ

ରେଳ ସମ୍ପତ୍ତି ଚୋରି ଅଭିଯୋଗରେ ରେଳ ସୁରକ୍ଷା ବଳ ରେଳ ବିହାରରୁ ତିନି ଜଣଙ୍କୁ ଚୋରି କରୁଥିବା ସମୟରେ ଗିରଫ କରିଛି। ରେଳ ବିହାର ବାସିନ୍ଦାଙ୍କଠାରୁ ସୂଚନା ପାଇବା ଏବଂ ସିସିଟିଭି ଫୁଟେଜ୍ ଅନୁଯାୟୀ, ଆରପିଏଫ୍ କ୍ରାଇମ ଇନଭେଷ୍ଟିଗେସନ୍ ଶାଖା ଏବଂ ମୁଖ୍ୟାଳୟ ଆରପିଏଫ୍ ରିଜର୍ଭ କମ୍ପାନୀର ମିଳିତ ସହଯୋଗରେ ଏହି ଲୋକଙ୍କୁ ଗିରଫ କରିବା ସହ ରେଳ ସମ୍ପତ୍ତି ଜବତ କରିଛି। ରେଳବିହାର ବାହାରେ ଚୋରି ଜିନିଷ ନେବା ପାଇଁ ଉପଲବ୍ଧ ଥିବା ଜଣେ ଲୋକ ସମେତ ତିନି ଜଣଙ୍କୁ ରେଲୱେ ସମ୍ପତ୍ତି ଏବଂ ଏସି ତମ୍ବା ତାର ଚୋରି କରି ନେଇଯାଉଥିବା ସମୟରେ ଆରପିଏଫ ରେଳ ବିହାର କଲୋନୀରୁ ସେମାନଙ୍କୁ ଗିରଫ କରିଛି।

ପୂର୍ବରୁ ସେମାନେ ରେଳ ବିହାରର କେତେକ ଘରୁ ତମ୍ବା ତାର ଓ ଏସି ଚୋରି କରିଥିବା ଦୋଷ ସ୍ୱୀକାର କରିଥିଲେ। ସମସ୍ତ ଅଭିଯୁକ୍ତ ନିକଟସ୍ଥ ସାଲିଆ ସାହିର ବାସିନ୍ଦା ଏବଂ ରେଳ ବିହାର କଲୋନୀ ସହିତ ଭଲ ଭାବରେ ପରିଚିତ। ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନଙ୍କୁ ମଞ୍ଚେଶ୍ୱର ଆରପିଏଫ ପୋଷ୍ଟକୁ ପଠାଯାଇଥିଲା। ଏହି ସଂପର୍କରେ ଚନ୍ଦ୍ରଶେଖରପୁର ପୋଲିସ ଷ୍ଟେସନକୁ ମଧ୍ୟ ସୂଚନା ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories