www.samajalive.in
Sunday, December 7, 2025
13.1 C
Bhubaneswar

କେବେ ଶୀର୍ଷ ଛୁଇଁବ ଆକଳନ କରିବା କଷ୍ଟ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ଗ୍ରାମାଞ୍ଚଳକୁ ଘାରିଛି ସହରୀ ଫେରନ୍ତା ଏବଂ ପ୍ରବାସୀଙ୍କ ଭୟ। ସେମାନେ ଠିକ୍‍ ଭାବେ ସଙ୍ଗରୋଧରେ ନରହି ଗାଁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏଥିଯୋଗୁଁ ସଂକ୍ରମଣ ବଢୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଭୁବନେଶ୍ୱର ଏମସ୍‍ ଭେଷଜ ବିଭାଗ ଡ. ସ୍ୱୟଂପ୍ରଜ୍ଞ ପରିଡା ମତପୋଷଣ କରିଛନ୍ତି। ମହାରାଷ୍ଟ୍ର, ପଞ୍ଜାବ, ଗୁଜରାଟ, କେରଳ ଆଦି ରାଜ୍ୟରୁ ପ୍ରବାସୀ ଫେରିଛନ୍ତି। ପ୍ରବାସୀ ଫେରିବା ବେଳେ ସଂକ୍ରମିତ ହୋଇଥାଇ ପାରନ୍ତି। ଲକ୍ଷଣ ବିହୀନ ସଂକ୍ରମିତ ସାଧାରଣ ଭାବେ ଅନେକ ଜଣଙ୍କୁ ସଂକ୍ରମିତ କରିପାରନ୍ତି। ଏଥିଯୋଗୁଁ ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପି ଚାଲିଛି। ସେହିଭଳି ଓଡ଼ିଶାରେ ତାଲାବନ୍ଦ ହେବା ଦ୍ୱାରା ଭୁବନେଶ୍ୱର ଓ କଟକ ଆଦି ସହରରୁ ଲୋକ ଗାଁକୁ ଫେରିଛନ୍ତି। ସେମାନେ ଲକ୍ଷଣ ବିହୀନ ଥାଇ ଅନ୍ୟକୁ ସଂକ୍ରମଣ କରିବାର ସମ୍ଭାବନା ରହିଛି।

ମୁଖ୍ୟତଃ ଗାଁରେ ଲୋକେ କରୋନା କଟକଣାକୁ ସଠିକ୍‍ ଭାବେ ପାଳନ ନକରିବା ଯୋଗୁଁ ସଂକ୍ରମଣ ବଢ଼ୁଛି। ଏଥିପାଇଁ ସରକାର ଓ ଜନସାଧାରଣ ଚିନ୍ତାରେ ପଡି ଗଲେଣି। ସଂକ୍ରମଣ ରୋକବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଛି ମାନସ ମନ୍ଥନ। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୨ ହଜାର ମଧ୍ୟରେ ପ୍ରତିଦିନ ଚିହ୍ନଟ କରାଯାଉଛି। ସପ୍ତାହାନ୍ତ ଓ ତାଲାବନ୍ଦ ଗ୍ରାମାଞ୍ଚଳରେ କଡାକଡି ପାଳନ କରାଯାଉ ନଥିବାରୁ ନିର୍ଦ୍ବନ୍ଦ୍ବରେ ଲୋକେ ବୁଲାବୁଲି କରୁଛନ୍ତି। ଏହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି। କୋଠଘର, ମଣ୍ଡପରେ ୧୦/୫୦ଜଣ ବସି ତାସ ଖେଳିବା ଲକ୍ଷ୍ୟ କରାଯାଉଛି।

- Advertisement -

ତାଲାବନ୍ଦରେ ଭୁବନେଶ୍ୱର, କଟକ ଆଦି ସହରାଞ୍ଚଳରୁ ଗାଁକୁ ଫେରିଥିବା ଲୋକ ମଧ୍ୟ ୭ଦିନ ସଙ୍ଗରୋଧରେ ନରହି ଗାଁ ଲୋକଙ୍କ ସହ ମିଶୁଛନ୍ତି। ଫୁଟବଲ ଓ କ୍ରିକେଟ ଆଦି ଖେଳ ହେଉଛି। ଲୋକ ଘରୁ ବାହାରିଲେ ତୁଣ୍ଡି ପିନ୍ଧୁନାହାନ୍ତି। ସାମାଜିକ ଦୂରତ୍ୱ ରହୁନି କିମ୍ବା ଲୋକେ ସାବୁନରେ ହାତ ଧୋଉନାହାନ୍ତି। ତାଲାବନ୍ଦ ସମୟରେ ପୁଲିସ୍‍ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରାଟୋଲିଂ କରାଯାଉ ନଥିବା ହେତୁ କରୋନା କଟକଣା ମାନୁ ନଥିବା କୁହାଯାଛଛି।

ଜନସ୍ୱାସ୍ଥ୍ୟ ନିର୍ଦେଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି, ସହରରୁ ଗାଁକୁ ଯାତାୟାତ ଦ୍ବାରା ସଂକ୍ରମଣ ବଢିପାରେ। ତେବେ ଓଡ଼ିଶାରେ ମେ ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଥିଲେ। ସଂକ୍ରମଣକୁ ଦେଖିଲେ ଏହା ଭୁଲ ପ୍ରମାଣିତ ହୋଇଛି। କେବେ ଶୀର୍ଷକୁ ଛୁଇଁବ ଏବେ ଆକଳନ କରିବା କାଠିକର ପାଠ। ଆଶା କରାଯାଉଛି ଖୁବ୍‍ ଶୀଘ୍ର ସଂକ୍ରମଣ କମିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories