www.samajalive.in
Sunday, December 14, 2025
17.1 C
Bhubaneswar

ଇଚ୍ଛାଶକ୍ତି ଆଗରେ ହାର୍‌ ମାନିଲା ବୟସ; ସର୍ବଭାରତୀୟ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୭୧ ବର୍ଷୀୟା ବୃଦ୍ଧା

ଉଷା ଶ୍ରୀବାସ୍ତବ। ବୟସ ୭୧ ବର୍ଷ। କିନ୍ତୁ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଆଜି ହାର୍‌ ମାନିଯାଇଛି ବୟସ। ପରିଣତ ବୟସରେ ସେ ସର୍ବଭାରତୀୟ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦେଖାଇ ଦେଇଛନ୍ତି ଯେ ଇଚ୍ଛାଶକ୍ତି ଆଗରେ ସବୁକିଛି ତୁଚ୍ଛ। ପ୍ରଥମ ପ୍ରୟାସରେ ସେ ଏହି ସଫଳତା ହାସଲ କରିଛନ୍ତି।

ଉଷାଙ୍କ ଘର ଉତ୍ତରାଖଣ୍ଡର ରୁଦ୍ରପୁର ସହରରେ। ସହରର ଆବାସ ବିକାଶ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ରାମକିଶୋର ଶ୍ରୀବାସ୍ତବଙ୍କ ବୋହୂ। ତାଙ୍କ ବାପା କୌଶଳ ଶ୍ରୀବାସ୍ତବ ବି ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ଉଷା କୁହନ୍ତି, ୧୯୬୯ରେ ସେ ଡା. ବିଜୟ କୁମାର ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ବିବାହ ସମୟରେ ତାଙ୍କ ସ୍ବାମୀ ପଶୁ ଚିକିତ୍ସକ ଥିଲେ। ପରେ ସେ ଚାକିରି ଛାଡ଼ି ଦେଇଥିଲେ। ସ୍ବାମୀଙ୍କ ସହ ମିଶି ସେ ଚାଷ କାମରେ ସହଯୋଗ କରୁଥିଲେ। ୧୯୭୨ରେ ସେ ରୁଦ୍ରପୁର କଲେଜରେ ଏମ.ଏ. କରିଥିଲେ। ଏହା ପରେ ୧୯୮୩ରେ ନେଚୁରୋପାଥିରେ ଡିପ୍ଲୋମା କରିବା ସହିତ ନିଜର ୪ ଝିଅଙ୍କୁ ବି ଉଚ୍ଚ ଶିକ୍ଷା ଦେଇଥିଲେ।

- Advertisement -

ତେବେ ୨୦୧୩ ତାଙ୍କର ସାନ ଝିଅ ଆଇନ ପାଠ ପଢ଼ିବା ଆରମ୍ଭ କରିଥିଲେ। ତାଙ୍କୁ ଦେଖି ଉଷା ବି ଆଇନ ପଢ଼ିବାକୁ ଇଚ୍ଛା କରିଥିଲେ ଏବଂ ତାହାକୁ ପୂରା ବି କରିଥିଲେ। ୩ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା। ଏହା ପରେ ସେ କ୍ଷେତରେ କାମ କରୁଥିଲେ। ପରେ ସର୍ବଭାରତୀୟ ଓକିଲାତି ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ପ୍ରଥମ ପ୍ରୟାସରେ ହିଁ ସେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ୪ ଝିଅ ଖୁସି ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳବାସୀ ବି ତାଙ୍କ ଇଚ୍ଛା ଶକ୍ତିର ବେଶ୍‌ ପ୍ରଶଂସା କରିଛନ୍ତି। ଦିନ ସାରା ସେ କ୍ଷେତରେ କାମ କରୁଥିବାବେଳେ ରାତିରେ ୨ ଘଣ୍ଟା ପାଠ ପଢ଼ୁଥିଲେ ବୋଲି ଉଷା କୁହନ୍ତି। ଉଷାଙ୍କ ଶ୍ଵଶୁର କାଶୀ ବିଦ୍ୟାପୀଠରେ ଲାଲବାହାଦୁର ଶାସ୍ତ୍ରୀଙ୍କ କନିଷ୍ଠ ଥିଲେ। ସେ ଶ୍ୟାମାପ୍ରସାଦ ମୁଖାର୍ଜୀ, ଜୟପ୍ରକାଶ ନାରାୟଣଙ୍କ ସହିତ କାମ କରିବା ସହ ଜେ.ପି. ଆନ୍ଦୋଳନରେ ସାମିଲ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories