ଦେଶରେ ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ; ନୂଆ ସଂକ୍ରମିତ ୩ ଲକ୍ଷ ୨୯ ହଜାର ୯୪୨ ; ମୃତ ୩,୮୭୬

ନୂଆଦିଲ୍ଲୀ : ଦେଶରେ କିଛି ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ୪ ଲକ୍ଷ ଅତିକ୍ରମ କରୁଥିବା ବେଳେ ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଦିନକରେ ୩ ଲକ୍ଷ ୨୯ ହଜାର ୯୪୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୨,୨୯,୯୨,୫୧୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୩,୮୭୬ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ୨,୪୯,୯୯୨ରେ ପହଞ୍ଚିଛି। ୨୪ ଘଣ୍ଟାରେ ୩,୫୬,୦୮୨ ସୁସ୍ଥ ହୋଇଥିବା ବେଳେ ମୋଟ ୧,୯୦,୨୭,୩୦୪ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩୭,୧୫,୨୨୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

kalyan agarbati

Comments are closed.