www.samajalive.in
Tuesday, December 9, 2025
15.1 C
Bhubaneswar

ଟିକାକରଣ ଅଭିଯାନ : ଟିକା ନେଲେଣି ୧୬.୨୪ କୋଟି

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ କୋଭିଡ ଟିକାକରଣ କାର୍ଯ୍ୟ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ୧୬ କୋଟି ୯୪ ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ୯୫ ଲକ୍ଷ ୪୦ ହଜାର ସ୍ୱାସ୍ଥ୍ୟ ସେବା କର୍ମଚାରୀ ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୬୪ଲକ୍ଷରୁ ଊର୍ଦ୍ଧ୍ବ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ୧ କୋଟି ୩୯ଲକ୍ଷରୁ ଊର୍ଦ୍ଧ୍ବ ଆଗଧାଡିର କରୋନା ଯୋଦ୍ଧା ପ୍ରଥମ ଡୋଜ୍‍ ଟିକା ନେଇଥିଲାବେଳେ ୭୭ଲକ୍ଷରୁ ଊର୍ଦ୍ଧ୍ବ ଆଗଧାଡିର କରୋନା ଯୋଦ୍ଧା ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି।

ଗତ ଜାନୁୟାରୀ ୧୬ ତାରିଖରୁ ଭାରତ ବିଶ୍ୱର ସର୍ବବୃହତ ଏହି ଟିକାକରଣ ଅଭିଯାନ ଆରମ୍ଭ କରିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତକାଲି ସୁଦ୍ଧା ୨୦ଲକ୍ଷ ୨୩ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀ କୋଭିଡ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ହିତାଧିକାରୀ ପ୍ରଥମ ଡୋଜ୍‍ ଟିକା ନେଇଥିବା ବେଳେ ୧୨ ଲକ୍ଷ ହିତାଧିକାରୀ ଦ୍ୱିତୀୟ ଡୋଜ୍‍ ଟିକା ନେଇଛନ୍ତି। ମନ୍ତ୍ରଣାଳୟ
କହିଛି ୧୮ରୁ ୪୪ ବର୍ଷ ବୟସ ମଧ୍ୟରେ ୨ ଲକ୍ଷ ୯୦ ହଜାର ଲୋକ ଗତ ୨୪ ଘଣ୍ଟା ଭିତରେ ପ୍ରଥମ ଡୋଜ୍‍ ଟିକା ନେଇଛନ୍ତି। ବର୍ତ୍ତମାନ ଏହି ବୟସର ୧୮ଲକ୍ଷ ଲୋକ ପ୍ରଥମ ଡୋଜ୍‍ ଟିକା ନେଇସାରିଲେଣି। ଚଳିତ ମାସ ପହିଲାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ୧୮ବର୍ଷରୁ ୪୪ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ସାମିଲ କରାଯାଇଛି। ଟିକାକରଣ କାର୍ଯ୍ୟକ୍ରମକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଓ ତଦାରଖ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories