www.samajalive.in
Sunday, December 14, 2025
17.1 C
Bhubaneswar

କରୋନାରୁ ସୁସ୍ଥ ହେବା ପରେ ଏକ ନୂଆ ରୋଗର ଶିକାର ହେଉଛନ୍ତି ରୋଗୀ, ତ୍ଵରିତ ଚିକିତ୍ସା ନ କଲେ ନଷ୍ଟ ହୋଇଯାଉଛି ଚକ୍ଷୁ

କରୋନାର ୨ୟ ତରଙ୍ଗରେ ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ଏକ ନୂଆ ରୋଗର ଶିକାର ହେଉଛନ୍ତି। ଏହାର ତ୍ଵରିତ ଚିକିତ୍ସା କରା ନ କଲେ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଉଛି କିମ୍ବା ସେ ମୃତ୍ୟୁମୂଖରେ ପଡୁଛନ୍ତି। ଏହି ରୋଗର ନାମ ହେଉଛି ‘ମିକୋର ମାଇକୋସିସ’। ଗୁଜରାଟର ସୁରତରେ ୧୫ ଦିନ ମଧ୍ୟରେ ୪୦ରୁ ଅଧିକ ଏପରି ମାମଲା ଦେଖିବାକୁ ମିଳିଲାଣି। ଯେଉଁଥିରୁ ୮ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଇଛି।

ଗୋଟିଏ ପଟେ ସୁରତରେ କରୋନାର ୨ୟ ତରଙ୍ଗ ଯୋଗୁ ରୋଗୀ ଶଯ୍ୟା, ଭେଣ୍ଟିଲେଟର ଓ ଅମ୍ଳଜାନ ଅଭାବରୁ ପ୍ରାଣ ହରାଉଛନ୍ତି। ଏବେ ଲୋକଙ୍କୁ ନୂଆ ରୋଗର ଶିକାର ହେବାକୁ ପଡୁଛି। ଏହି ରୋଗ ଏତେ ବିପଜ୍ଜନକ ଯେ ଠିକ ସମୟରେ ଚିକିତ୍ସା ନ କଲେ ରୋଗୀଙ୍କ ଚକ୍ଷୁ ବାହାର କରିବାକୁ ପଡ଼ିଥାଏ ଅଥବା ତାଙ୍କର ମୃତ୍ୟୁ ହୋଇଯାଇଥାଏ ବୋଲି ଡାକ୍ତରମାନେ କହିଛନ୍ତି।

- Advertisement -

ଡାକ୍ତରଙ୍କ କହିବା ଅନୁସାରେ, ମିକୋର ମାଇକୋସିସ ଏକପ୍ରକାର ଫଙ୍ଗଲ ସଂକ୍ରମଣ। ଯାହା ମଣିଷର ନାକ ଏବଂ ଚକ୍ଷୁ ଦେଇ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା କରାଗଲେ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରେ। କିନ୍ତୁ ବିଳମ୍ବ ହେଲେ ସଂକ୍ରମଣ ଚକ୍ଷୁ ପର୍ଯ୍ୟନ୍ତ ଚାଲିଯାଏ। ଯାହାଫଳରେ ଚକ୍ଷୁକୁ ନଷ୍ଟ କରିଦିଏ ଏବଂ ତାହାକୁ ବାହାର କରିବାକୁ ପଡ଼ିଥାଏ। କିନ୍ତୁ ସଂକ୍ରମଣ ମସ୍ତିଷ୍କ ପର୍ଯ୍ୟନ୍ତ ଚାଲିଗଲେ ରୋଗୀଙ୍କ ମୃତ୍ୟୁ ଘଟିଥିାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories