-ଦେଶରେ ଟିକାକରଣ ଅଭିଯାନ : ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି
-କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୧୭ କୋଟିରୁ ୩୫ ଲକ୍ଷ ମାଗଣା ଟିକା ପ୍ରଦାନ କରିଛନ୍ତି, ସେମାନଙ୍କ ଦ୍ୱାରା ସମୁଦାୟ ୧୬ କୋଟି ୪୪ ଲକ୍ଷ ପାନ ବ୍ୟବହୃତ ହୋଇଛି
-ୟୁରୋପୀୟ ପରିଷଦ ସଭାପତି ଚାର୍ଲସ ମିସେଲଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶନିବାର ୟୁରୋପୀୟ ପରିଷଦ(ଇୟୁ)ର ବୈଠକରେ ଯୋଗଦେବେ
–ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଡିଏମ୍କେ ମୁଖ୍ୟ ଏମ୍.କେ ଷ୍ଟାଲିନ୍
-କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଏଆଇଏନ୍ଆରସି ମୁଖ୍ୟ ଏନ୍. ରଙ୍ଗସ୍ବାମୀ ଆଜି ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବେ
-ଦେଶରେ ଗତ ୨୪ ଘଣ୍ଟାରେ ୪.୧୪ ଲକ୍ଷ ନୂଆ ସଂକ୍ରମିତ; ୩୯୧୫ ଆକ୍ରାନ୍ତଙ୍କ ମୃତ୍ୟୁ
-ରାଜସ୍ଥାନ ସରକାର କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି, ମେ’ ୧୦ ତାରିଖରୁ ୨୪ ତାରିଖ ସକାଳ ୫ଟା ଯାଏଁ ତାଲାବନ୍ଦ ବଳବତ୍ତର ରହିବ
-କରୋନାର କଳା ରୂପ ; ବୃଦ୍ଧାଙ୍କ ଶବ ସତ୍କାର କଲେ ପୁଲିସ , କରୋନାରେ କିଛି ଦିନ ପୂର୍ବରୁ ହୋଇଥିଲା ପୁଅର ମୃତ୍ୟୁ
-ରେମଡେସିଭିର ଇଞ୍ଜେକ୍ସନ ନେଇ ଆସୁଥିବା ଏକ ବିମାନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିଅର ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଛି।
-୬୦୦ ଅମ୍ଳଜାନ କନସେନଟ୍ରେଟର, ୫୦ ଭେଣ୍ଟିଲେଟର ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ନେଇ ସ୍ୱିଜରଲ୍ୟାଣ୍ଡରୁ ଏକ ବିମାନ ଆଜି ସକାଳେ ଭାରତରେ ପହଞ୍ଚିଛି : ବୈଦେଶିକ ବ୍ୟାପାର ମୁଖପାତ୍ର ଅରିନ୍ଦମ ବାଗଚି
-ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୧୨ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ, ଗତ ୨୪ ଘଣ୍ଟାରେ ୧୨ ହଜାର୨୩୮ ନୂଆ ପଜିଟିଭ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩
-ରାଜ୍ୟରେ ଆଜି ଆଉ ୧୯ ଜଣ କୋରୋନା ଆକ୍ରାନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥି ସହିତ ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।
-ବିଶ୍ବରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ ୭୭ ହଜାର ୬୨୩କୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦, ସୁସ୍ଥ ହେଲେଣି ୧୩ କୋଟି ୪୦ ଲକ୍ଷ ୪୦ ହଜାର ୪୭ ଜଣ
-ବିଶ୍ବରେ ୧ କୋଟି ୯୩ ଲକ୍ଷ ୬୮ ହଜାର ୩୫୬ ଜଣ ସକ୍ରିୟ ଏବେ ଚିକିତ୍ସାଧୀନ, ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫,୯୪,୦୦୬
-ଆଜି ତାଲାବନ୍ଦର ତୃତୀୟ ଦିନ ; ବଢୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ; ତଥାପି କଟକଣା ମାନିବାକୁ ଲୋକେ ନାରାଜ
-ପୁରୀ ଜିଲ୍ଲା କାକଟପୁରରେ ନକଲି କରୋନା ପରୀକ୍ଷା କେନ୍ଦ୍ର ସିଲ୍ କଲା ପୁଲିସ, ବହୁ ଉପକରଣ ଏବଂ ନକଲି ପରୀକ୍ଷା ରିପୋର୍ଟ ଜବତ, ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସ ଗିରଫ, ଆଉ ଜଣେ ସହଯୋଗୀ ଫେରାର