BJD Bijuli 480×75 Mob

୫୦ବର୍ଷ ପରିଶ୍ରମର ପୁରସ୍କାର ମିଳିଛି : ଷ୍ଟାଲିନ

BJD Bijuli 480×75 Mob

ଚେନ୍ନଇ : ତାମିଲନାଡୁ ବିଧାନସଭା ଆସନରେ ଡିଏମ୍‌କେର ବିପୁଳ ବିଜୟ ପରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନ ମତଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ଦଳପ୍ରତି ସମର୍ଥନ ଜଣାଇଥିବା ବିଭିନ୍ନ ଦଳର ଜାତୀୟସ୍ତରର ନେତାଙ୍କୁ ମଧ୍ୟ ଷ୍ଟାଲିନ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ଦଳ ଦୀର୍ଘ ୫୦ବର୍ଷ ଧରି ରାଜ୍ୟ ପାଇଁ ଯେଉଁ କାର୍ଯ୍ୟ କରିଆସୁଥିଲା ତାର ପୁରସ୍କାର ମିଳିଛି। ତେଣୁ ଦଳ ଓ ଏହାର କର୍ମୀ ସହିତ ରାଜ୍ୟବାସୀଙ୍କ ସ୍ବାର୍ଥସାଧନ ଦିଗରେ ତାଙ୍କ ସରକାର କାର୍ଯ୍ୟ କରିବ ବୋଲି ଷ୍ଟାଲିନ କରିଛନ୍ତି। ରବିବାର ବିଜୟ ପରେ ଷଷ୍ଠ ଥର ପାଇଁ ତାମିଲନାଡୁରେ ଡିଏମ୍‌କେ ସରକାର ଗଠନ କରିବାକୁ ଯାଉଛି।

Comments are closed.