www.samajalive.in
Monday, December 15, 2025
17.1 C
Bhubaneswar

ଟିକା ଅପେକ୍ଷାରେ ରାଜ୍ୟ – ବରାଦ ଦେଇଛୁ, ମିଳିଲେ ଦିଆଯିବ

ନୂଆଦିଲ୍ଲୀ: ଦେଶରେ ୧୮ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ଟିକାକରଣ ଆସନ୍ତା ୧ରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୫୦କୋଟି ଭାରତୀୟଙ୍କର ଟିକାକରଣ ହେବ। ଏଥିପାଇଁ ଆଉ ମାତ୍ର ତିନି ଦିନ ବାକି ରହିଛି। ଟିକା ପାଇଁ ୩୦କୋଟି ଏବେ ଅପେକ୍ଷାରେ ଅଛନ୍ତି। ଟିକାକରଣ ପାଇଁ ସମସ୍ତ ରାଜ୍ୟ ସରକାର ଟିକା ପ୍ରସ୍ତୁତକାରୀ କମ୍ପାନୀ ନିକଟରେ ବରାଦ ଉପସ୍ଥାପନ କରିଛନ୍ତି। ଦେଶର ସମସ୍ତ ଅଞ୍ଚଳରେ ୧ ତାରିଖ ପୂର୍ବରୁ ଟିକା ପହଞ୍ଚିଯିବା ଆବଶ୍ୟକ ଥିଲେ ମଧ୍ୟ ଅନେକ ରାଜ୍ୟ ଏବେ ସୁଦ୍ଧା ଟିକା ଅଭାବ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଅନେକ ସ୍ଥାନରେ ଟିକାକରଣ କେନ୍ଦ୍ର ବନ୍ଦ ହେବାରେ ଲାଗିଛି।

ଏଭଳି ଅବସ୍ଥାରେ ଯଥା ସମୟରେ ଯଥେଷ୍ଟ ଟିକା ରାଜ୍ୟ ସରକାରମାନଙ୍କ ହସ୍ତଗତ ନ ହେଲେ କିପରି ଟିକାକରଣ ଆରମ୍ଭ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ରାଜ୍ୟ ସରକାର ଏନେଇ କେନ୍ଦ୍ର ସରକାର ଓ ଟିକା କମ୍ପାନୀଙ୍କୁ ଚିଠିଲେଖି ଅପେକ୍ଷା କରିଛନ୍ତି। କର୍ଣ୍ଣାଟକ ଓ ରାଜସ୍ଥାନ ସରକାର କେନ୍ଦ୍ରର ସ୍ପଷ୍ଟୀକରଣକୁ ଅପେକ୍ଷା କରିଥିବାବେଳେ ମହାରାଷ୍ଟ୍ର ସରକାର ମନସ୍ଥିର କରିପାରି ନାହାନ୍ତି।

- Advertisement -

ପ୍ରଥମ ଥର ପାଇଁ ରାଜ୍ୟଗୁଡ଼ିକ ସିଧାସଳଖ କମ୍ପାନୀଠାରୁ ଟିକା କିଣିବାକୁ ଯାଉଥିବାରୁ ଏ ସମ୍ପର୍କରେ କିଛିଟା ବିଭ୍ରାନ୍ତି ମଧ୍ୟ ରହିଥିବା ଜଣାପଡ଼ିଛି। କେବଳ ଭାରତୀୟ କମ୍ପାନୀଠାରୁ ଟିକା କିଣିବେ କିମ୍ବା ଭାରତ ସରକାରଙ୍କ ଦ୍ବାରା ଅନୁମୋଦିତ ବିଦେଶୀ କମ୍ପାନୀର ଟିକା କିଣାଯିବ ସେ ନେଇ ଅନେକ ରାଜ୍ୟ ସରକାରଙ୍କ ଦ୍ବନ୍ଦ୍ବ ଦୂର ହୋଇ ନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଉତ୍ପାଦନର ସର୍ବାଧିକ ୫୦ପ୍ରତିଶତ ରାଜ୍ୟମାନେ କିଣିବାକୁ ନିର୍ଦେଶ ଥିବାରୁ ଚିନ୍ତା ବଖିଛି। ସଂକ୍ରମଣ ବୋଝ ଏବଂ ଟିକାକରଣରେ ସଫଳତା ଆଧାରରେ ଟିକା ବଣ୍ଟନ ବ୍ୟବସ୍ଥା ହେବା ହିଁ ଏହାର କାରଣ ବୋଲି ସୂଚନା ମିଳିଛି।

ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କୁ ଟିକାକରଣ ମେ ପହିଲାରୁ କରାଯିବା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ। ସିଧାସଳଖ ତୃତୀୟ ପର୍ଯ୍ୟାୟ ଟିକାକରଣ ବିଳମ୍ବ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଆଶଙ୍କା ପ୍ରକାଶ କରିଛନ୍ତି। ହୁଏତ ଏହା ୧୫ ଦିନ ବିଳମ୍ବ ହୋଇପାରେ। ସେ କହିଛନ୍ତି, ମେ ମାସରେ କୋଭିସିଲ୍ଡ ଟିକା ଆସିବା ସମ୍ଭାବନା କ୍ଷୀଣ। ମେ ମଧ୍ୟଭାଗ ସୁଦ୍ଧା କୋଭାସ୍କିନ ଟିକା ରାଜ୍ୟକୁ ଆସିପାରେ। କୋଭିସିଲ୍ଡ ଟିକା ପାଇଁ ଚିଠି ଲେଖାଯାଇଛି। ଟିକା ଉପଲବ୍ଧ ହେବା ପରେ ଟିକା ଦିଆଯିବ। ତେବେ ତୃତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଆସନ୍ତାକାଲିଠାରୁ ପଞ୍ଜିକରଣ ହେବ। କୋ-ୱିନ୍ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜିକରଣ କରିବେ; କିନ୍ତୁ ବର୍ତ୍ତମାନ କେଉଁଦିନ କେଉଁ ସମୟରେ ଟିକା ମିଳିବ ସେ ସଂପର୍କରେ ତଥ୍ୟ ପ୍ରଦାନ କରାଯାଇପାରିବନି। ଯେବେ ଟିକା ଆସିବ, ସେହି ଅନୁସାରେ ପୋର୍ଟାଲ ଜରିଆରେ ଆମେ ସମୟ ଓ ତାରିଖ (ସ୍ଲଟ୍) ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏବେ ଯେତିକି ଟିକା ଅଛି, ତାହା ୨ରୁ ୩ ଦିନ ଯିବ। ଏବେ ୧ ଲକ୍ଷ ୨୩ ହଜାର କୋଭିସିଲ୍ଡ ଓ ୩ ଲକ୍ଷ ୬୫ ହଜାର କୋଭାକ୍ସିନ ଟିକା ମହଜୁଦ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories