www.samajalive.in
Sunday, December 7, 2025
18.1 C
Bhubaneswar

ଚେନ୍ନଇ ସୁପର କିଙ୍ଗ୍‍ସ ଅଧ୍ୟକ୍ଷଙ୍କ ପରଲୋକ

ଚେନ୍ନଇ: ଚେନ୍ନଇ ସୁପର କିଙ୍ଗ୍‍ସ କ୍ରିକେଟ ଦଳର ଅଧ୍ୟକ୍ଷ ଏଲ ସାବାରେତ୍ନମଙ୍କର ରବିବାର ରାତି ପ୍ରାୟ ୧୨.୩୦ ପରଲୋକ ଘଟିଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ହଦ୍‍କ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ବିୟୋଗ ଘଟିଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ଶ୍ରୀ ସାବାରେତ୍ନମ୍‍ ଇଣ୍ଡିଆ ସିମେଣ୍ଟ୍‍ସର ପରାମର୍ଶଦାତା ଏବଂ କରମଣ୍ଡଳ ସୁଗାରର ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଥିଲେ। ବ୍ୟବସାୟିକ ମହଲରେ ସେ ସୁପରିଚିତ ଥିଲେ ଏବଂ ଏକାଧିକ ଶିଳ୍ପ ସଂଗଠନର ସେ ମୁଖ୍ୟ ରହିଥିଲେ। ଏଥିସହିତ ସେ ଅନେକ ଅଗ୍ରଣୀ ସାଂସ୍କୃତିକ ଏବଂ ଶିକ୍ଷା ପ୍ରତିଷ୍ଠାନରେ ପ୍ରଶାସନିକ ସ୍ତରରେ ସଂପୃକ୍ତ ଥିଲେ। ସେ ଭାରତୀୟ ବିଦ୍ୟା ଭବନ, ଚେନ୍ନଇ କେନ୍ଦ୍ରର ଅଧ୍ୟକ୍ଷ, ଟି ଏସ ନାରାୟଣସାମୀ କଲେଜ ଅଫ ଆର୍ଟସ ଆଣ୍ଡ ସାଇନ୍ସର ଟ୍ରଷ୍ଟି, ଆନ୍ନାମଲାଇ ବିଶ୍ୱବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ ସଦସ୍ୟ, ମଧ୍ୟ କୈଳାସ ମନ୍ଦିରର ଟ୍ରଷ୍ଟି ଏବଂ ଉପସଭାପତି, ଚେନ୍ନଇସ୍ଥିତ ମ୍ୟୁଜିକ ଏକାଡେମୀର ପୃଷ୍ଠପୋଷକ, କାର୍ତ୍ତିକ ଫାଇନ ଆର୍ଟସର ଅଧ୍ୟକ୍ଷ ଥିଲେ। ଏଥିସହିତ ଆଇସିଏଲ ଫାଇନାନ୍ସିଂ ସର୍ଭିସେସ, ଆଇସିଏଲ ଶିପିଙ୍ଗ ଲିମିଟେଡର ନିର୍ଦ୍ଦେଶକ, କରମଣ୍ଡଳ ଇଲେକ୍ଟ୍ରିକ କମ୍ପାନୀ, ଆଇସିଏଲ ସିକ୍ୟୁରିଟିଜ, ବାୟୋସିନ୍ଥ ଲାଇଫ ସାଇନ୍ସେସ ଇଣ୍ଡିଆର ନିର୍ଦ୍ଦେଶକ ଥିଲେ। ସେ ଇଣ୍ଡିଆ ଅଏଲ କର୍ପୋରେସନର ପୂର୍ବତନ ନିର୍ଦ୍ଦେଶକ, ଚେନ୍ନଇ ପେଟ୍ରୋଲିୟମ କର୍ପୋରେସନର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories