www.samajalive.in
Saturday, December 6, 2025
15.1 C
Bhubaneswar

ଜାମ୍ମୁ କାଶ୍ମୀରରେ ୩ ଆତଙ୍କି ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଗତକାଲି ୩ ଆତଙ୍କି ପ୍ରାଣ ହରାଇଛନ୍ତି। ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଜ୍ୟର ସୋପିଆନରେ ଘଟିଛି ଏହି ଘଟଣା। ସୋପିଆନ ଜିଲାର କନିଗାମ୍‍ ଅଞ୍ଚଳରେ ଆତଙ୍କବାଦୀମାନେ ରହିଥିବା ଖବର ମିଳିବା ପରେ ଜାମ୍ମୁ କାଶ୍ମୀର ପୁଲିସ ଓ ସୁରକ୍ଷାବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରିନେଇଥିଲେ। ସୁରକ୍ଷାବାହିନୀ ପକ୍ଷରୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ବାରମ୍ବାର କୁହାଯାଇଥିଲା। କିନ୍ତୁ ତାହା ପରିବର୍ତ୍ତେ ସେମାନେ ସୁରକ୍ଷା ବାହିନୀ ଯବାନଙ୍କ ଉପରୁ ଗୁଳିଚାଳନା କରିବା ସହିତ ଗ୍ରେନେଡ ମାଡ କରିଥିଲେ। ସୁରକ୍ଷା ବାହିନୀର ପାଲଟା ଗୁଳିଚାଳନାରେ ଲୁଚିଥିବା ୩ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ସମସ୍ତ ମୃତ ଆତଙ୍କବାଦୀ ଅଲ୍‍ ବଦର ସଂଗଠନର ସଦସ୍ୟ ବୋଲି ଜାଣିବାକୁ ମିଳିଛି। ସେମାନେ ନୂଆକରି ଏହି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories