www.samajalive.in
Monday, December 8, 2025
24.1 C
Bhubaneswar

ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଚେୟାରମ୍ୟାନ ନିଯୁକ୍ତ

ୱାଶିଂଟନ: ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହାର ଚିଫ ଏକଜିକ୍ୟୁଟିଭ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ମାଇକ୍ରୋସଫ୍ଟର ଚେୟାରମ୍ୟାନ ଥିବା ଜନ୍‍ ଥମ୍ପସନଙ୍କ ସ୍ଥାନରେ ନାଡେଲାଙ୍କୁ ନୂତନ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସତ୍ୟ ନାଡେଲାର ମାଇକ୍ରୋସଫ୍ଟର ସିଇଓ ଭାବେ ୨୦୧୪ରେ ଷ୍ଟିଭ୍‍ ବାମରଙ୍କ ନିକଟରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସିଇଓ ଭାବରେ ତାଙ୍କ କାର୍ଯ୍ୟକାଳ ସମୟରେ ସେ କମ୍ପାନୀର ବ୍ୟବସାୟିକ ଅଭିବୃଦ୍ଧି ଘଟାଇବା ସହିତ ଲିଙ୍କଡଇନ୍‍, ନୁଆନ୍ସ କମ୍ୟୁନିକେସନ୍ସ ଏବଂ ଜେନିମାକ୍ସ ଆଦି ଅଧିଗ୍ରହଣ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।
କମ୍ପାନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୨୦୧୪ରେ ଥମସନ ବିଶ୍ୱର ଏହି ବୃହତ ସଫ୍ଟଓୟାର କମ୍ପାନୀର ସହ ପ୍ରତିଷ୍ଠାତା ବିଲ୍‍ ଗେଟ୍ସଙ୍କ ଠାରୁ ଚେୟାରମ୍ୟାନ ଦାୟିତ୍ୱ ଗ୍ରହଣ କରିଥିଲେ। ସଂପ୍ରତି ନାଡେଲା ଚେୟାରମ୍ୟାନ ହେବାପରେ ଥମସନ ଏହାର ଲିଡ୍‍ ଇଣ୍ଡିପେଣ୍ଡେଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିବେ। ଇତିମଧ୍ୟରେ ମାଇକ୍ରୋସଫ୍ଟ ପକ୍ଷରୁ ସେୟାର ପିଛା ୫୬% ତ୍ରୟମାସିକ ଲାଭାଂଶ ଘୋଷଣା କରାଯାଇଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories