www.samajalive.in
Monday, December 15, 2025
27.1 C
Bhubaneswar

ଚମକିଲେ ଜାଡ଼େଜା ; ଆର୍‌ସିବିର ପ୍ରଥମ ପରାଜୟ

ମୁମ୍ବଇ : ଚଳିତ ଆଇପିଏଲ୍‌ରେ ରବିବାର ପ୍ରଥମ ପରାଜୟର ତିକ୍ତ ସ୍ବାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ରବିବାର ପ୍ରଥମ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡ଼େଜାଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ୬୯ ରନ୍‌ରେ ଆର୍‌ସିବିକୁ ପରାସ୍ତ କରିଛି। ଫାଫ୍ ଡୁ ପ୍ଲେସି ଓ ଜାଡ଼େଜାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସିଏସ୍‌କେ ୪ ୱିକେଟରେ ୧୯୧ ରନ୍ କରିଥିଲା। ପରେ ଜାଡ଼େଜା ୩ଟି ୱିକେଟ ନେବାରୁ ଆର୍‌ସିବି ୯ ୱିକେଟରେ ୧୨୨ ରନ୍ କରି ପାରିଥିଲା। ଚେନ୍ନଇ ପ୍ରଥମ ମ୍ୟାଚ୍‌ ହାରିବା ପ​​‌ରେ‌ କ୍ରମାଗତ ୪ଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକା ଶୀର୍ଷରେ ପହଞ୍ଚିଛି। ଏହାର ଠିକ୍ ବିପରୀତ ଆର୍‌ସିବି ପ୍ରଥମ ୪ଟିଯାକ ମ୍ୟାଚ୍ ଜିତିବା ପରେ ପ୍ରଥମ ପରାଜୟ ଭୋଗିଛି।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିସ୍ଫୋରକ ଢଙ୍ଗରେ ୧୯୨ ରନ୍‌ର ପିଛା ଆରମ୍ଭ କରିଥିଲା। ୩ ଓଭର​ରେ‌ ଓପ୍‌ନିଂ ଯୋଡ଼ି ୪୧ ରନ୍‌ କରିବା ପରେ ଅଧିନାୟକ ବିରାଟ କୋହଲି ୮ ରନ୍‌କରି ବିଦାୟ ନେଇଥିଲେ। ଗତ ମ୍ୟାଚ୍‌ରେ ଶତକ ଅର୍ଜନ କରିଥିବା ଓପ୍‌ନର ଦେବଦତ୍ତ ପାଡିକଲ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ୫ ଓଭରରେ ବାଙ୍ଗାଲୋରର ସ୍କୋର୍ ୫୪ ରନ୍ ହୋଇଥିବା ବେଳେ ପାଡିକଲ ୧୫ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୩୪ ରନ୍‌କରି ଆଉଟ ହୋଇଥିଲେ। ବାମହାତି ସ୍ପିନର ରବୀନ୍ଦ୍ର ଜାଡ଼େଜା ଆର୍‌ସିବିର ମଧ୍ୟକ୍ରମକୁ ଧ୍ବସ୍ତ କରିଥିଲେ। ୱାଶିଂଟନ ସୁନ୍ଦର ୭ ରନ୍ କରି ପାରିଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ ୧୫ ବଲ୍‌ରୁ ୨ଟି ଚୌକା ସହ ୨୨ ରନ୍‌କରି କ୍ରିଜ୍‌ରେ ଜମି ଆସୁଥିବା ବେଳେ ଜାଡ଼େଜା ତାଙ୍କୁ ବୋଲ୍‌ଡ କରିଥିଲେ। କାଏଲ୍‌ ଜେମିସନ୍ ୧୬ ଓ ମହମ୍ମଦ ସିରାଜ୍ ଅପରାଜିତ ୧୨ ରନ୍‌ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ୪୯ ରନ୍‌ରେ ଆର୍‌ସିବି ୯ଟି ୱିକେଟ ହରାଇ ପରାଜୟ ଭୋଗିଥିଲା। ଜାଡ଼େଜା ୪ ଓଭରରୁ ମାତ୍ର ୧୩ ରନ୍‌ଦେଇ ୩ଟି ଓ ଇମ୍ରାନ୍ ତାହିର ୧୬ ରନ୍‌ଦେଇ ୨ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡ଼େଜା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂ ନେଇଥିଲା। ଏହାର ଓପ୍‌ନର ଚମତ୍କାର ପ୍ରଦର୍ଶନ କରି ୯ ଓଭରରେ ୭୪ ରନ୍‌ ଯୋଗକରି ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ଋତୁରାଜ ଗାଏକ୍‌ୱାଡ୍‌ ୨୫ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌କରି ଆଉଟ ହୋଇଥିଲେ। ପରେ ସୁରେଶ ରୈନା ଆସି କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ। ଫାଫ୍ ଡୁ ପ୍ଲେସିଙ୍କ ସହ ରୈନା ୩୭ ରନ୍ ଯୋଡ଼ିଥିଲେ। ତେବେ ଲାଗଲାଗ ୨ଟି ବଲ୍‌ରେ ଦୁହେଁ ଆଉଟ ହୋଇ ଯାଇଥିଲେ। ବାମହାତି ରୈନା ୧୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍ କରିଥିଲେ। କ୍ରମାଗତ ୨ୟ ଅର୍ଦ୍ଧଶତକ ମାରିଥିବା ଡୁ ପ୍ଲେସି ୪୧ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୦ ରନ୍ କରିଥିଲେ। ଅମ୍ବତି ରାୟୁଡୁ ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌ କରିଥିଲେ। ତେବେ ଶେଷ ଓଭରରେ ଜାଡ଼େଜା ୫ଟି ଛକା ସହ ୩୭ ରନ୍‌ ନେବାରୁ ଚେନ୍ନଇ ୧୯୧ ରନ୍‌ରେ ପହଞ୍ଚି ପାରିଥିଲା। ଜାଡ଼େଜା ୨୮ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ। ହର୍ଷଲ ପଟେଲ ୩ଟି ୱିକେଟ ନେଇଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories