www.samajalive.in
Sunday, December 7, 2025
26.1 C
Bhubaneswar

ବେଗୁନିଆ ବ୍ଲକର ବରସlହି ଗ୍ରାମ ଆବଦ୍ଧାଞ୍ଚଳ ଘୋଷିତ

ବେଗୁନିଆ: ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଯୋଗୁଁ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରୀ ଏବେ ଚିନ୍ତାଜନକ ଅବସ୍ଥାରେ ରହିଥିବାବେଳେ ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତର ବରସlହି ଗ୍ରାମକୁ ଆବଦ୍ଧାଞ୍ଚଳ(କଣ୍ଟେନମେଣ୍ଟ) ଘୋଷଣା କରାଯାଇଛି l ସ୍ଥାନୀୟ ଅଞ୍ଚଳରୁ ୫ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ସମ୍ପୃକ୍ତ ଅଞ୍ଚଳକୁ ଅଣୁ ଆବଦ୍ଧlଞ୍ଚଳ ଭାବେ ଘୋଷଣା କରିବା ପାଇଁ ଉପଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ l ଗତକାଲି ୨୪ ତାରିଖ ରାତିରେ ଉପଜିଲ୍ଲାପାଳ ଅଶୋକକୁମାର ବେହୁରିଆ ସମ୍ପୃକ୍ତ ଅଞ୍ଚଳକୁ ୨୪ ତାରିଖ ସନ୍ଧ୍ୟା ୭ଟାରୁ ୩୦ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଆବଦ୍ଧlଞ୍ଚଳ ଘୋଷଣା କରିଛନ୍ତି l ଏହି ଗ୍ରାମକୁ ବାହାର ଲୋକମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିବା ବେଳେ ସମ୍ପୃକ୍ତ ଗ୍ରାମର କୌଣସି ବ୍ୟକ୍ତି ଘରୁ ବାହାରକୁ ବାହାରିବା ଉପରେ ମଧ୍ୟ କଟକଣା ଲଗାଯାଇଛି l

 

ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବl ସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ l ସମ୍ପୃକ୍ତ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟ ପାଇଁ ନୋଡାଲ ଅଫିସର ଭାବେ ପଞ୍ଚାୟତପିଇଓ ,ଅଗ୍ନିଶମ ବିଭାଗ ଷ୍ଟେସନ ଅଫିସର, ବୋତଳମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଏବଂ ସିଡିପିଓ  ବେଗୁନିଆଙ୍କୁ ଦାଇତ୍ୱ ଦିଆଯାଇଥିବାବେଳେ ତହସିଲଦାର ଏବଂ ବିଡିଓଙ୍କୁ ସମସ୍ତ କାର୍ଯ୍ୟର ତଦାରଖ  ଦାୟିତ୍ୱ ଦିଆଯାଇଛି l

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories