ହାଇଦ୍ରାବାଦ : ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରବଳ ବର୍ଷାର ବିତ୍ପାତ କାରଣରୁ ଅନେକ କ୍ଷୟକ୍ଷତି ଘଟିଛି। ଏହି ବର୍ଷା କାରଣରୁ ମଙ୍ଗଳବାର ଏଠାରେ ଏକ ନିର୍ମାଣାଧୀନ ଆପାର୍ଟମେଣ୍ଟର କାନ୍ଥ ଭୁଷୁଡି ଏହା ତଳେ ଦବି ସାତ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଏକ ଚାରି ବର୍ଷର ଶିଶୁ ସାମିଲ ରହିଛି।
ରୋଲ୍ ଖାଇବା ପୂର୍ବରୁ ଥରେ ଭାବନ୍ତୁ; ଖରାପ ଚିକେନ୍ ପ୍ରସ୍ତୁତ ରୋଲ୍ ଖାଇ ୧୯ ବର୍ଷୀୟ ଯୁବକ ମୃତ, ଦୋକାନୀ ଗିରଫ..
ବୁଧବାର ସକାଳେ ଖବର ପାଇବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ମୃତଦେହ ଉଦ୍ଧାର କରିଥିଲେ। ହାଇଦ୍ରାବାଦରେ ଲଗାତାର ପ୍ରବଳ ବର୍ଷା ହେବା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି। ଅନେକ ସ୍ଥାନରେ ପାଣି ଜମି ରହିବାରୁ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ପାଣି ଜମି ଥିବା ସ୍ଥାନ ମାନଙ୍କୁ ଉଦ୍ଧାରକାରୀ ଦଳ ଯାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।



