www.samajalive.in
Saturday, December 6, 2025
26.1 C
Bhubaneswar

ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ବିବାଦ ଘେରକୁ ଆସିଛନ୍ତି। ଏଥର ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରି ସମାଲୋଚନାର ଶିକାର ହୋଇଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସେ ଚାଇନିଜ୍‌, ଆରବ, ଶ୍ଵେତ ଏବଂ ଆଫ୍ରିକୀୟଙ୍କ ସହିତ ତୁଳନା କରିଛନ୍ତି। ଭାରତରେ ବିବିଧତା ଏବଂ ଗଣତନ୍ତ୍ର ବିଷୟରେ ସାକ୍ଷାତକାର ଦେବା ସମୟରେ ସେ ଏଭଳି କହିଛନ୍ତି।

ଇଣ୍ଡିଆନ ଓଭରସିଜ୍‌ କଂଗ୍ରେସ ସଭାପତି ପିଟ୍ରୋଡା କହିଥିଲେ, ଆମେ ବିଶ୍ଵରେ ଗଣତନ୍ତ୍ରର ଏକ ଜ୍ଵଳନ୍ତ ଉଦାହରଣ। ଭାରତର ପୂର୍ବାଞ୍ଚଳର ଲୋକମାନେ ଚାଇନିଜଙ୍କ ପରି ଦେଖାଯାଆନ୍ତି। ପଶ୍ଚିମରେ ବସବାସ କରୁଥିବା ଲୋକ ଆରବବାସୀଙ୍କ ପରି ଦେଖାଯାଆନ୍ତି। ସେହିପରି ଉତ୍ତରରେ ରହୁଥିବା ଲୋକେ ଗୋରା ଏବଂ ଦକ୍ଷିଣରେ ରହୁଥିବା ଲୋକ ଆଫ୍ରିକୀୟଙ୍କ ପରି ଦେଖାଯାଆନ୍ତି ବୋଲି ସେ କହିଥିଲେ।

- Advertisement -

ପିଟ୍ରୋଡାଙ୍କ ଏପରି ଜାତିଗତ ଆକ୍ଷେପକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ସେ କହିଛନ୍ତି, ‘‘ମୁଁ ଭାରତର ଉତ୍ତରାଞ୍ଚଳର ବାସିନ୍ଦା, କିନ୍ତୁ ମୁଁ ଜଣେ ଭାରତୀୟ ପରି ଦିଶେ। ଆମେ ଦେଖିବାକୁ ଭିନ୍ନ ହୋଇଥାଉ, କିନ୍ତୁ ସମସ୍ତେ ଏକ। ଆମ ଦେଶ ବିଷୟରେ କିଛି ତ ଶିଖନ୍ତୁ’’ ବୋଲି ବିଶ୍ଵଶର୍ମା ପିଟ୍ରୋଡାଙ୍କ ଉଦ୍ଦେଶ୍ୟରେ କହିଛନ୍ତି।

ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ କଙ୍ଗନା ରଣାୱତ ମଧ୍ୟ ପିଟ୍ରୋଡାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ବିଜେପି ନେତା ରବିଶଙ୍କର ପ୍ରସାଦ ମଧ୍ୟ ପିଟ୍ରୋଡାଙ୍କୁ ସମାଲୋଚନା କରିବା ସହିତ ସେ ଆମ ଦେଶକୁ ଏଯାଏ ବୁଝିନାହାନ୍ତି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ପିଟ୍ରୋଡା ହେଉଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମେଣ୍ଟର।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories