www.samajalive.in
Saturday, December 13, 2025
14.1 C
Bhubaneswar

ଫେଲ୍ ମାରିଲା ଆଇଫୋନ୍‌, ସାଓମିର ଏକ ଫିଚର ଯୋଗୁ ମିଳିଲା ଚୋରି ହୋଇଥିବା ୨ଟି ଫୋନ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌‌ ଚୋରିର ଅନେକ କାହାଣୀ ଆପଣ ଶୁଣିଥିବେ। କ’ଣ ହେବ ଯଦି ଆପଣଙ୍କ ସ୍ମାର୍ଟଫୋନ୍‌‌ରେ ଥିବା ଏକ ଫିଚର୍‌‌ ଯୋଗୁ ଆପଣଙ୍କ ଚୋରି ହୋଇଥିବା କିମ୍ବା ହଜିଥିବା ଫୋନ୍‌‌ ମିଳିଯିବ। ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଚୋରି ହୋଇଥିବା ଦୁଇଟି ଫୋନ୍‌‌ ଫେରି ପାଇବାର କାହାଣୀ ଶେୟାର କରିଛନ୍ତି।

ଟେକ୍‌‌ ଷ୍ଟାର ଶାହରୁଖ ନାମକ ଜଣେ ୟୁଜର ଏକ୍ସରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣା ଗତ ବର୍ଷର। ୨୦୨୩ ମସିହା ଏପ୍ରିଲ ୧୫ ତାରିଖରେ ଶାହରୁଖ ଓ ତାଙ୍କ ପତ୍ନୀ ଇଫ୍‌‌ତାର ପାଇଁ ଦିଲ୍ଲୀସ୍ଥିତ ଜାମା ମସଜିଦ୍‌‌କୁ ଯାଇଥିଲେ। ସେହି ସମୟରେ ତାଙ୍କ ପାଖରେ ୩ଟି ଫୋନ୍‌‌ ଥିଲା।

- Advertisement -

ସେ ତାଙ୍କ ତିନୋଟି ଫୋନ୍‌‌ iPhone 13, Xiaomi Civi 2 ଓ Redmi K50 Ultraକୁ ବ୍ୟାଗରେ ରଖିଥିଲେ। ଏହି ଦମ୍ପତି ରମ୍‌‌ଜାନ୍‌‌ ସମୟରେ ଜାମା ମସ୍‌‌ଜିଦ୍‌‌ ଯାଇଥିବାରୁ ସେଠରେ ବହୁତ ଭିଡ଼ ଥିଲା। ସେ ତାଙ୍କ ସାଇଡ୍‌‌ବ୍ୟାଗ୍‌‌ର ଗୋଟିଏ ପକେଟ୍‌‌ରେ iPhone 13 ଓ Xiaomi Civi 2କୁ ରଖିଥିବାବେଳେ ଆଉ ଗୋଟିଏ ପକେଟ୍‌‌ରେ Redmi K50 Ultra ରଖିଥଲେ। ଜାମା ମସ୍‌‌ଜିଦ୍‌‌ର ଗେଟ୍‌‌ ନମ୍ବର ୧ରେ ଶାହରୁଖ୍‌‌ ଜାଣିବାକୁ ପାଇଥିଲେ ଯେ, ତାଙ୍କ ବ୍ୟାଗ୍‌‌ର ଚେନ୍‌‌ ଖୋଲା ଅଛି ଓ ସେଥିରେ ୨ଟି ଫୋନ୍‌‌ ନାହିଁ। କେହି ତାଙ୍କ ବ୍ୟାଗ୍‌‌ରୁ iPhone 13 ଓ Xiaomi Civi 2କୁ ନେଇଯାଇଥିଲା। ଶାହରୁଖ ତୁରନ୍ତ ତାଙ୍କ ଆଇଫୋନ୍‌‌କୁ ଟ୍ରାକ୍‌‌ କରିବାକୁ ଚିନ୍ତାକଲେ। ଏଥିପାଇଁ ସେ ତାଙ୍କ ତୃତୀୟ ଫୋନ୍‌‌ରେ iCloudକୁ ଆକ୍ସେସ୍‌‌ କରିଥିଲେ। କିନ୍ତୁ କୌଣସି କାରଣରୁ iCloud କାମ କରୁନଥିଲା। ଚୋର ଆଇଫୋନ୍‌‌କୁ ଅଫ୍‌‌ କରିଦେଇଥିଲା। ଆଇଫୋନ୍‌‌କୁ ଟ୍ରାକ୍‌‌ କରିବା ମଧ୍ୟ କଷ୍ଟକର ଥିଲା। ଏହାପରେ ଶାହରୁଖ Xiaomi Civi 2କୁ କଲ୍‌‌ କରିଥିଲେ, ଯାହା ରିଙ୍ଗ୍‌‌ ହେଉଥିଲା।


ତାଙ୍କର ମନେପଡ଼ିଲା ଯେ, ସାଓମି ଫୋନ୍‌‌ରେ ସେ ସଟ୍‌‌ଡାଉନ୍‌‌ କନ୍‌‌ଫର୍‌‌ମେସନ୍‌‌ ଫିଚର୍‌‌ ଅନ୍‌‌ ରଖିଥିଲେ। ଏହି ଫିଚରକୁ ଅନ୍‌‌ କରିବା ଦ୍ୱାରା ବିନା ପାସୱର୍ଡ଼ରେ କେହି ସାଓମି ଫୋନ୍‌‌କୁ ଅଫ୍‌‌ କରିପାରିବ ନାହିଁ। ଖାଲି ଫୋନ୍‌‌ ଅଫ୍‌‌ ନୁହେଁ, ବରଂ ଇଣ୍ଟରନେଟ୍‌‌ ମଧ୍ୟ ଅଫ୍‌‌ କରିପାରିବ ନାହିଁ। ଏହି କାରଣରୁ ସେହି ଫୋନ୍‌‌ ରିଙ୍ଗ୍‌‌ ହେଉଥିଲା ଏବଂ ସେଥିରେ ନେଟ୍‌‌ ମଧ୍ୟ ଅନ୍‌‌ ଥିଲା। ଚୋରକୁ ପାସ୍‌‌ୱର୍ଡ଼ ଜଣା ନଥିଲା, ତେଣୁ ସେ ଫୋନ୍‌‌ ଅଫ୍‌‌ କରିପାରୁ ନଥିଲା। ଏହାପରେ ଶାହରୁଖ ତାଙ୍କ ପାଖରେ ଥିବା ଅନ୍ୟ ଫୋନ୍‌‌ରେ Xiaomi Civi 2ର ସବିଶେଷ ବିବରଣୀ ଦେଇ ଫାଇଣ୍ଡ୍‌‌ ଡିଭାଇସ୍‌‌ ଅନ୍‌‌ କରିଥିଲେ। ଏପରି କରିବା ଦ୍ୱାରା ସ୍କ୍ରିନ୍‌‌ରେ ଡିଭାଇସ୍‌‌ର ଲୋକେସନ୍‌‌ ନଜର ଆସିଥିଲା, ଯାହା ଜାମା ମସ୍‌‌ଜିଦ୍‌‌ ହିଁ ଥିଲା। ଏହାସହ ପ୍ଲେ ସାଉଣ୍ଡ୍‌‌ ଫିଚର ଅନ୍‌‌ କରିଥିଲେ। ଏହି ଫିଚର ଅନ୍‌‌ କରିବା ଦ୍ୱାରା Xiaomi Civi 2ରେ ଲଗାତର ଭାବେ ଆଲାର୍ମ ବାଜିଥିଲା, ଯାହାକୁ ଚୋର ବନ୍ଦ କରିପାରୁ ନଥିଲା। ଏହାପରେ କେହି ଜଣେ ଶାହରୁଖଙ୍କ ଫୋନ୍‌‌ ଉଠାଇଥିଲା ଓ ତାଙ୍କୁ କହିଥିଲା ଯେ, ଗେଟ୍‌‌ ନମ୍ବର ୨ରେ ତାଙ୍କ ଫୋନ୍‌‌ ଅଛି, ଆସି ନେଇଯାଆନ୍ତୁ।

ଗେଟ୍‌‌ ନମ୍ବର ୨ରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କ ଦୁଇଟି ଯାକ ଫୋନ୍‌‌ ଦେଇଥିଲେ ଓ ସେଠାରୁ ଚାଲି ଯାଇଥିଲେ। ତେବେ ଶାହରୁଖ ଯେଉଁ ଫୋନ୍‌‌ କଥା କହୁଛନ୍ତି ତାହା କେବଳ ଚୀନ୍‌‌ରେ ଲଞ୍ଚ୍‌‌ ହୋଇଥିଲା। ଭାରତ କିମ୍ବା ବିଶ୍ୱ ବଜାରରେ ଏହି ଫୋନ୍‌‌ ଉପଲବ୍ଧ ନାହିଁ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories