www.samajalive.in
Monday, December 15, 2025
14.1 C
Bhubaneswar

୨୦୨୨ ବିଶ୍ବକପ୍ ମୋର ଶେଷ ଟୁର୍ଣ୍ଣାମେଣ୍ଟ – ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟକ ମିତାଲି ରାଜ୍ ୨୦୨୨ ଦିନିକିଆ ମହିଳା ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସଙ୍କେତ ଦେଇଛନ୍ତି। ନ୍ୟୁଜିଲାଣ୍ଡରେ ଆସନ୍ତାବର୍ଷ ଖେଳାଯିବାକୁ ଥିବା ବିଶ୍ବକପ ପରେ ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ପୂର୍ଣ୍ଣଚ୍ଛେଦ ପକାଇବା ନେଇ ସୂଚନା ଦେଇଛନ୍ତି ମିତାଲି। ୧୯୮୨ ଡିସେମ୍ବର ୩ରେ ରାଜସ୍ଥାନର ଯୋଧପୁରରେ ଜନ୍ମଗ୍ରହଣ କରିଥିବା ମିତାଲି ୧୯୯୯ ଜୁନ୍ ୨୬ରେ ଆୟରଲାଣ୍ଡ ବିପକ୍ଷରେ ଦିନିକିଆ କ୍ରିକେଟରୁ ଖେଳ ଆରମ୍ଭ କରିଥିଲେ। ଏଥିମଧ୍ୟରେ ୨୧୪ଟି ମ୍ୟାଚ ଖେଳି ୭ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ସହ ୫୧.୦୬ ହାରରେ ୭୦୯୮ରନ କରିଛନ୍ତି। ସେହିପରି ୮୯ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୧୭ଟି ଅର୍ଦ୍ଧଶତକ ସହ ୨୩୬୪ରନ କରିଛନ୍ତି। ୧୦ଟି ଟେଷ୍ଟ ମ୍ୟାଚ ଖେଳି ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୬୬୩ ରନ କରିଛନ୍ତି। ଟ୍ବେଣ୍ଟି୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ମିତାଲି ଦିନିକିଆ ଖେଳିବା ଜାରି ରଖିଛନ୍ତି।

୩୮ ବର୍ଷ ବୟସ୍କା ମିତାଲି କହିଛନ୍ତି, ନ୍ୟୁଜିଲାଣ୍ଡର ଦ୍ରୁତ ପିଚରେ ଫାଷ୍ଟ ବୋଲରଙ୍କୁ ସହାୟତା ମିଳିବ। ଏହାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରୁଛି। ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନରେ ୨୦୨୨କୁ ସ୍ମରଣୀୟ କରିବା ନେଇ ମୁଁ ଆଶାବାଦୀ ବୋଲି ଏକ ପୁସ୍ତକର ଲୋକାର୍ପଣ ଉତ୍ସବରେ ମିତାଲି କହିଛନ୍ତି। ଗତବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଜୀବନର ୨୦ ବର୍ଷ ପୂରଣକରି ମିତାଲି ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ଦିନିକିଆରେ ୭୦୦୦ ରନ୍ ପୂରଣ କରିଥିଲେ। କରୋନା ମହାମାରୀ ପାଇଁ କ୍ରିକେଟ ବାଧ୍ୟପ୍ରାପ୍ତ ହୋଇଛି। ଏଭଳି ଏକ ସଙ୍କଟ ସମୟରେ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ନେଇ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଛି। ଆଗକୁ ବିଶ୍ବକପ ଭଳି ବଡ଼ ପ୍ରତିଯୋଗିତା ରହିଛି। ଏଥିପାଇଁ ମାନସିକ ସ୍ଥିତିକୁ ସୁଦୃଢ଼କରି ଅଭ୍ୟାସ ଉପରେ ଗୁରୁତ୍ବ ଦେଉଛି ବୋଲି ମିତାଲି କହିଛନ୍ତି।

- Advertisement -

ବିଶ୍ବକପ ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତକରିବା ବେଳେ ଘରୋଇ ପଡ଼ିଆରେ ୱେଷ୍ଟଇଣ୍ଡିଜ୍ ସହିତ ଭାରତ ଦିନିକିଆ ସିରିଜ୍ ଖେଳିବ। ପ୍ରତ୍ୟେକ ଗସ୍ତ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ମିତାଲି କହିଛନ୍ତି। ଆଲୋଚନାରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମିତାଲିଙ୍କୁ ବିରାଟ କୋହଲିଙ୍କ ଭଳି ନେତୃତ୍ବ ଓ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୧୭ ମହିଳା ଦିନିକିଆ ବିଶ୍ବକପ ଫାଇନାଲ ମ୍ୟାଚ ଲର୍ଡସରେ ଦେଖିଛି। ଉକ୍ତ ମ୍ୟାଚରେ ଇଂଲଣ୍ଡ ଝିଅମାନେ ଯେଉଁଭଳି ଭାବେ କ୍ରିକେଟ ଖେଳୁଥିଲେ ତାହା ବହୁତ ଅନୁପ୍ରାଣିତ କରିଥିଲା। ବିରାଟଙ୍କ ନିକଟରେ ସେଭଳି ଗୁଣ ରହିଛି। ବିରାଟଙ୍କ ଅଧିନାୟକତ୍ବକୁ ଅନୁକରଣ କରିବାକୁ ଗାଭାସ୍କର ମିତାଲିଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories