www.samajalive.in
Saturday, December 13, 2025
15.1 C
Bhubaneswar

ବଙ୍ଗ ଫେରନ୍ତାଙ୍କ ସଙ୍ଗରୋଧ ଅବଧି କୋହଳ, ପ୍ରମାଣପତ୍ର ଥିଲେ ୭ଦିନ

ଭୁବନେଶ୍ବର: ରାଜ୍ୟ ସରକାର ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଶନିବାର ସଙ୍ଗରୋଧ ନିୟମରେ ଟିକିଏ କୋହଳ କରିଛନ୍ତି। ଏନେଇ ରାଜ୍ୟ ସ୍ବତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା କହିଛନ୍ତି ଯେ, ପଶ୍ଚିମବଙ୍ଗରୁ ଯେଉଁମାନେ ଓଡିଶା ଫେରିବେ ଯଦି ତାଙ୍କ ପାଖରେ ଦୁଇପାନ ଟିକା ନେବାର ପ୍ରମାଣପତ୍ର କିମ୍ବା ୪୮ଘଣ୍ଟା ମଧ୍ୟରେ ନମୁନା ପରୀକ୍ଷା କରାଇ ଆକ୍ରାନ୍ତ ନଥିବା ରିପୋର୍ଟ ଥିବ ତେବେ ସେମାନଙ୍କୁ ୧୪ଦିନ ବଦଳରେ ୭ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ। ଯଦି ସଂପୃକ୍ତ ବ୍ୟକ୍ତିଙ୍କର ଗୃହ ସଙ୍ଗରୋଧରେ ରହିବା ଅସୁବିଧା ଥିବ, ତେବେ ସେମାନେ ସରକାରଙ୍କ ପକ୍ଷରୁ କରାଯାଇଥିବା ଆନୁଷ୍ଠାନିକ ଅସ୍ଥାୟୀ ସ୍ବାସ୍ଥ୍ୟ ଯତ୍ନ କେନ୍ଦ୍ର କିମ୍ବା ସରକାରୀ ସ୍ବୀକୃତିପ୍ରାପ୍ତ ଅତିଥିଶାଳାରେ ଦେୟ ଦେଇ ସଙ୍ଗରୋଧରେ ରହିପାରିବେ।

ଶନିବାର ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ସେଥିରେ ଦର୍ଶାଯାଇଛି ଯେ, କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଯେ କୌଣସି ଗାଡିରେ ଓଡିଶାକୁ ଆସିଲେ ବି ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡ଼ିବ। ନଚେତ୍ ତାଙ୍କୁ ଓଡିଶା ଭିତରକୁ ଆସିବାକୁ ଦିଆଯିବ ନାହିଁ। ସେହିପରି ଯେଉଁମାନେ ଝାରସୁଗୁଡା ଓ ଭୁବନେଶ୍ବର ବିମାନବନ୍ଦର କିମ୍ବା ରେଳପଥ ଦେଇ ପଶ୍ଚିମବଙ୍ଗରୁ ଓଡିଶା ଆସିବେ ସେମାନେ ସମସ୍ତଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ। ଯଦି କୌଣସି ବଙ୍ଗ ଫେରନ୍ତାଙ୍କ ପାଖରେ କରୋନାର ଦୁଇପାନ ଟିକା ନେଇଥିବା ପ୍ରମାଣପତ୍ର ଥିବ କିମ୍ବା ୪୮ ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ନଥିବା ନମୁନା ରିପୋର୍ଟ ଥିବେ ତେବେ ତାଙ୍କୁ ୧୪ ବଦଳରେ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ। କୌଣସି ବ୍ୟକ୍ତି ଯଦି ଏହାର ଉଲ୍ଲଘଂନ କରନ୍ତି ତେବେ ବିପର୍ଯ୍ୟୟ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଶ୍ରୀ ଜେନା ଦର୍ଶାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories