www.samajalive.in
Thursday, December 11, 2025
23.1 C
Bhubaneswar

କୋଭାକ୍ସିନ ଟିକା ଦର: ରାଜ୍ୟକୁ ୬୦୦, ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କା

ହାଇଦ୍ରାବାଦ: ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ବିଳମ୍ବିତ ସଂଧ୍ୟାରେ ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ପ୍ରତି ପାନ (ଡୋଜ୍) ପିଛା ୬୦୦ ଟଙ୍କା ରହିବ। ତେବେ ଘରୋଇ ଡାକ୍ତରଖାନା ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନୀ କରାଯିବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ ଇସ୍ତାହାରରେ କୁହାଯାଇଛି।

କେନ୍ଦ୍ର ସରକାର ଏବେ ରାଜ୍ୟ ସରକାର, ଘରୋଇ ଡାକ୍ତରଖାନା ଓ ବିଦେଶକୁ ଟିକା ରପ୍ତାନୀ କରିବା ଲାଗି ନିଷ୍ପତ୍ତି କରିବା ପରେ ପ୍ରଥମେ କୋଭିସିଲ୍ଡ ଓ ଏବେ କୋଭାକ୍ସିନ୍ ଟିକା ଲାଗି କମ୍ପାନୀ ପକ୍ଷରୁ ଦର ଧାର୍ଯ୍ୟ କରାଯାଇ ତାଲିକା ପ୍ରକାଶ ପାଇଛି।

- Advertisement -

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଏହି ଟିକାକୁ ମାଗଣାରେ ଆବଣ୍ଟିତ କରୁଥିବାରୁ ଭାରତ ବାଓଟେକ୍ ପକ୍ଷରୁ ଏହାକୁ ୧୫୦ ଟଙ୍କା ପ୍ରତି ପାନ (ଡୋଜ୍) କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଛି। ଉତ୍ପାଦନର ୫୦ ପ୍ରତିଶତରୁ ଅଧିକ ଟିକା କେନ୍ଦ୍ର ସରକାରଙ୍କ ଲାଗି ସଂରକ୍ଷିତ ରଖାଯାଉଥିବା ଭାରତ ବାଓଟେକ୍ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଡାକ୍ତର କ୍ରିଷ୍ଣା ଏମ. ଇଲା ସୂଚନା ଦେଇଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories