www.samajalive.in
Wednesday, December 10, 2025
18.1 C
Bhubaneswar

୨୬ରେ ପ୍ରାର୍ଥିପତ୍ର ଦାଖଲ କରିବେ ବିଶ୍ୱକେଶନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୬ରେ ପିପିଲି ବିଧାନସଭା ପାଇଁ ବିଶ୍ୱକେଶନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଦଳପକ୍ଷରୁ କୁହାଯାଇଛି। ପୁରୀ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ସେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଉପନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ମନା କରିଥିଲେ। ପରବର୍ତ୍ତୀ ସମୟରେ ଦଳ ପକ୍ଷରୁ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା।

- Advertisement -

ପ୍ରକାଶ ଯେ ଜିଲା କଂଗ୍ରେସର ସେବାଦଳ ଅଧ୍ୟକ୍ଷ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟରତ। ଡେଲାଙ୍ଗ ବ୍ଳକର ରେଙ୍ଗଳ ପଞ୍ଚାୟତର ଯମୁନା ଝାଡ଼ପଡ଼ା ଗ୍ରାମରେ ତାଙ୍କ ଘର। ୧୯୭୭ରେ ଜନ୍ମ ନେଇଥିବା ବିଶ୍ୱକେଶନ ପେସାରେ ଜଣେ ଆଇନଜୀବୀ। ଉପନିର୍ବାଚନ ପାଇଁ ବିଶ୍ୱକେଶନଙ୍କୁ ଦଳ ପ୍ରାର୍ଥୀ କରିଥିବାରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଅ ଗାନ୍ଧୀ ଓ ନେତୃ ମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେଡି ଓ ବିଜେପିର ଅପାରଗତା ଶାସନ ଏବଂ ସ୍ଥାନୀୟ ସମସ୍ୟାକୁ ଆଧାରକରି ନିର୍ବାଚନ ଲଢ଼ିବୁ। ସ୍ୱର୍ଗତ ଅଜିତ ମଙ୍ଗରାଜ ଅସୁସ୍ଥ ସମୟରେ ଅନ୍ୟଦଳର କେତେକ ନେତା ଯେଭଳି ଅପପ୍ରଚାର କରିଥିଲେ ସାଧାରଣ ଲୋକେ ତା’ର ଜବାବ ଦେବେ। ରାଜ୍ୟ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଚାରରେ ସାମିଲ ହେବେ ଓ ପିପିଲିର ପୁରୁଖା କଂଗ୍ରେସ ନେତାମାନେ ଏକାଠି ହୋଇଥିବାରୁ କଂଗ୍ରେସ ଆତ୍ମ ବିଶ୍ୱାସର ସହିତ ନିର୍ବାଚନ ଲଢ଼ି ସଫଳତା ପାଇବ ବୋଲି ସେ କହିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories