www.samajalive.in
Monday, December 8, 2025
24.1 C
Bhubaneswar

୧୨ ଜିଲ୍ଲାରେ ନାହାନ୍ତି ପର୍ଯ୍ୟଟନ ଅଧିକାରୀ

ଭୁବନେଶ୍ୱର: ପ୍ରାକୃତିକ ଶୋଭାରାଜିର ଅପୂର୍ବ ସମ୍ଭାର ଓଡିଶା। ପର୍ଯ୍ୟଟକଙ୍କ ଆଗମନ ନିମନ୍ତେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ବିକାଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇଛନ୍ତି। ଏହାସତ୍ତ୍ବେ ବିଭିନ୍ନ ଜିଲା ପର୍ଯ୍ୟଟନ ବିଭାଗ ଗୁଡିକରେ ଅଧିକାରୀ ପଦ ଦୀର୍ଘ ଦିନ ଧରି ଖାଲି ପଡିଥିବାରୁ ବିକାଶ କାର୍ଯ୍ୟ ଆଗେଇ ପାରୁନାହିଁ। ସରକାର ପଦ ପୂରଣ କରୁନଥିବାରୁ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକ ଉନ୍ନତି, ରକ୍ଷଣାବେକ୍ଷଣ ଏବଂ ଯୋଜନାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ। ଫଳସ୍ବରୂପ ପର୍ଯ୍ୟଟନ କ୍ଷେତ୍ର ଗୁଡିକ ଅବହେଳିତ ହୋଇପଡିଛି।

ବର୍ଷବର୍ଷ ଧରି ରାଜ୍ୟର ୧୨ଟି ଜିଲାରେ ପର୍ଯ୍ୟଟନ ଅଧିକାରୀଙ୍କ ପଦ ଖାଲି ପଡିଛି। ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୁବନେଶ୍ବର, ପୁରୀ, କୋଣାର୍କ, ସମ୍ବଲପୁର, କେନ୍ଦ୍ରାପଡା, ଜଗତସିଂହପୁର ଭଳି ଅନ୍ୟ ଜିଲା ଗୁଡିକରେ ବର୍ଷେରୁ ଉର୍ଦ୍ଧ୍ବ ହେବ ପର୍ଯ୍ୟଟନ ଅଧିକାରୀଙ୍କ ପଦ ଖାଲି ପଡିଛି। ଅନ୍ୟ ଜିଲା ଦାୟିତ୍ବରେ ଥିବା ପର୍ଯ୍ୟଟନ ଅଧିକାରୀଙ୍କୁ ଦୁଇଟି ଲେଖାଏଁ ଜିଲାର ଦାୟିତ୍ବ ଦିଆଯାଇଛି। ସେହିପରି ଖୋଦ ଭୁବନେଶ୍ବର ଓ ପର୍ଯ୍ୟଟନ ବିଭାଗରେ ଥିବା ପର୍ଯ୍ୟଟନ ଅଧିକାରୀ ଅବସର ନେବାପରେ ସେହି ପଦ ବର୍ତ୍ତମାନ ଖାଲି ରହିଛି। ଏଠାରେ କୌଣସି ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିବାରୁ ଅବସରପ୍ରାପ୍ତ ଅଧିକାରୀ ଏହି ଦାୟିତ୍ବରେ ରହିଛନ୍ତି। ପର୍ଯ୍ୟଟନସ୍ଥଳ ଗୁଡିକର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ କରିବା ପାଇଁ ରାଜ୍ୟରେ ଖାଲି ଥିବା ବିଭିନ୍ନ ଜିଲାର ପର୍ଯ୍ୟଟନ ଅଧିକାରୀଙ୍କ ପଦ ଗୁଡିକୁ ତ୍ବରିତ ପୂରଣ କରିବାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories