www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ପ୍ରତି ସମବେଦନାର ସୁଅ, ସୁସ୍ଥତା କାମନା କଲେ ପାକିସ୍ତାନ ସରକାର

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଉତ୍କଟ ହୋଇଥିବାବେଳେ ଅନେକ ରାଷ୍ଟ୍ର ସହାୟତାର ହାତ ବଢ଼ାଇଛନ୍ତି ଓ ସମବେଦନା ପ୍ରକାଶ କରୁଛନ୍ତି। ଏହା ଏକ ସାମୂହିକ ସମସ୍ୟା ଓ ସମସ୍ତେ ମିଳିମିଶି ଏହା ବିରୋଧରେ ଲଢ଼େଇ କରିବା ଉଚିତ ବୋଲି ବିଭିନ୍ନ ରାଷ୍ଟ୍ରମୁଖ୍ୟ ମତବ୍ୟକ୍ତ କରିଛନ୍ତି। ଏ କ୍ଷେତ୍ରରେ ସେମାନେ ଭାରତ ସହିତ ଅଛନ୍ତି ବୋଲି କହିଛନ୍ତି। ଆମେରିକା, ୟୁରୋପୀୟ ସଙ୍ଘ, ପାକିସ୍ତାନ, ଚୀନ୍, ଫ୍ରାନ୍ସ, ବ୍ରିଟେନ୍, ଅଷ୍ଟ୍ରେଲିଆ, ଭୁଟାନ, ରୁଷ୍, ଜର୍ମାନୀ, ୟୁଏଇ ପ୍ରମୁଖ ଚିନ୍ତା ପ୍ରକଟ କରିଛନ୍ତି। ଭାରତ ମଧ୍ୟ ଅନେକଙ୍କ ସହାୟତା ଲୋଡ଼ିଛି। ଏଭଳି ସଙ୍କଟଜନକ ସମୟରେ ନୂଆଦିଲ୍ଲୀ ‘ଅମ୍ଳଜାନ ମୈତ୍ରୀ’ ଅଭିଯାନରେ ବିଦେଶରୁ ଅମ୍ଳଜାନ ସିଲିଣ୍ଡର ଆଣିବା ଉଦ୍ୟମ ଆରମ୍ଭ କରିଛି। ସିଙ୍ଗାପୁର ଓ ୟୁଏଇ ସହିତ ଉଚ୍ଚ କ୍ଷମତାସଂପନ୍ନ ଅମ୍ଳଜାନ ଟ୍ୟାଙ୍କର ଭାରତୀୟ ବାୟୁସେନାର ପରିବହନ ବିମାନରେ ଆଣିବାକୁ ପଦକ୍ଷେପ ନିଆଯାଉଛି।


ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଭାରତକୁ ସମର୍ଥନ ଜଣାଇଛନ୍ତି। ବ୍ରିଟେନର ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ମାଟ୍ଟ ହାନ୍କକ ସହଯୋଗ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି ଯେ ଭାରତର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚୀନ ଦୁଃଖିତ। ଚୀନ ସରକାର ଏବଂ ଦେଶର ଜନସାଧାରଣ ଭାରତ ସରକାର ଓ ଭାରତୀୟଙ୍କ ସହିତ ଏହି ଦୁର୍ଦିନରେ ଦୃଢ଼ ଭାବେ ରହିଛନ୍ତି। ପାକିସ୍ତାନର ଇଧି ଫାଉଣ୍ଡେସନର ଅଧ୍ୟକ୍ଷ ଫଇସଲ ଇଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ରଲେଖି ନିଜର ସ୍ୱେଚ୍ଛାସେବୀ ଏବଂ ୫୦ଟି ଆମ୍ବୁଲାନ୍ସ ସହିତ ଭାରତକୁ ପ୍ରବେଶ କରିବାକୁ ଅନୁମତି ମାଗିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ତାଙ୍କ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ମଧ୍ୟ ଭାରତ ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ଏହା ଏକ ବିଶ୍ବ ସମସ୍ୟା ବୋଲି କହିଛନ୍ତି ଇମ୍ରାନ। ଭାରତବାସୀଙ୍କ ସୁସ୍ଥତା ପାଇଁ ସେ ପ୍ରାର୍ଥନା କରୁଥିବା କହିଛନ୍ତି। ତାଙ୍କ ମନ୍ତ୍ରୀମାନେ ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ପାକିସ୍ତାନରେ ଏବେ ଭାରତ ପ୍ରତି ସମବେଦନାର ସୁଅ ଛୁଟୁଛି। ଦେଶର ସାମାଜିକ ଗଣମାଧ୍ୟମ ଏ କ୍ଷେତ୍ରରେ ସକ୍ରିୟ ହୋଇ ଉଠିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories