www.samajalive.in
Sunday, December 7, 2025
26.1 C
Bhubaneswar

ଗ୍ରାମାଞ୍ଚଳରେ କରୋନା ସାଜିଲାଣି ଘାତକ, ସପ୍ତାହନ୍ତ ସଟଡାଉନ କେବେ?

ଗୁରୁଡିଝାଟିଆ: କରୋନା ସହରରୁ ଗ୍ରାମାଞ୍ଚଳ ସବୁଆଡେ କାୟା ବିସ୍ତାର କରିଚାଲିଛି। ଗାଁ ଗହଳରେ ମଧ୍ୟ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଆଠଗଡ ବ୍ଲକରେ ଦୈନିକ ୧୫ ରୁ ୨୦ ଆକ୍ରାନ୍ତ ହେଉଛନ୍ତି। ଗତକାଲି ମଧ୍ୟ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତର ଏକ ଗାଁରୁ ଜୈନିକ ଯୁବକଙ୍କ ଜୀବନଦୀପ ଲିଭିଯାଇଛି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଶନିବାର ଓ ରବିବାର ପ୍ରତ୍ୟେକ ସହରାଞ୍ଚଳରେ କରିଛନ୍ତି ସଟଡାଉନ ବ୍ୟବସ୍ଥା। ଯାହାକି ଏକ ଭଲ ପଦକ୍ଷେପ। କିନ୍ତୁ ଏଠାରେ ପ୍ରଶ୍ନଉଠୁଛି ଗ୍ରାମାଞ୍ଚଳରେ କ’ଣ କରୋନା କାୟା ମେଲାଇନାହିଁ। ତାହାଲେ କ’ଣ ପାଇଁ ଗ୍ରାମାଞ୍ଚଳରେ ସପ୍ତାହନ୍ତ ସଟଡାଉନ ହେଉନାହିଁ। ଏହାକୁ କଡାକଡି ଭାବରେ ଗ୍ରାମାଞ୍ଚଳରେ ମଧ୍ୟ ଲଗାଯିବାର ବ୍ୟବସ୍ଥା ହେବା ଦରକାର।  ବହୁ ସଂକ୍ରମିତ ଗ୍ରାମାଞ୍ଚଳରେ ଖୁଲମଖୁଲା ଭାବରେ ବୁଲୁଛନ୍ତି। ଦୋକାନ ବଜାରକୁ ଯାଉଛନ୍ତି। ଯାହା ଫଳରେ ସଂକ୍ରମଣ ଅଧିକ ହେବାରେ ଲାଗିଛି।

 

- Advertisement -

ଶନିବାର ଓ ରବିବାର ଏବେବି ଦୋକାନ ବଜାର ଖୋଲୁଅଛି। ସାମାଜିକ ଦୂରତ୍ୱ ଓ ତୁଣ୍ଡି ପିନ୍ଧିବା ନକହିଲେ ଭଲ। ଏଭଳି ସ୍ଥିତିରେ ରାଜ୍ୟ ସରକାର କିଭଳି ଭାବେ କରୋନା ମୁକାବିଲା କରିବେ ତାହା ଏବେ ଅସମାହିତ ପ୍ରଶ୍ନ। ରାଜ୍ୟ ସରକାର ତୁରନ୍ତ ଗ୍ରାମାଞ୍ଚଳରେ ସଂକ୍ରମଣର ହାରକୁ କମାଇବା ପାଇଁ ସପ୍ତାହନ୍ତ ସଟଡାଉନ ଘୋଷଣା କରିବା ସହ ସଂଗରୋଧରେ ଥିବା ସଂକ୍ରମିତ ଙ୍କ ସ୍ୱାସ୍ଥ୍ୟାବସ୍ଥା ଦୈନନ୍ଦିନ ତଦାରଖ କରିବା ଆବଶ୍ୟକତା ରହିଛି। ଏହା କରାଗଲେ ସଂକ୍ରମଣ ହାର କମିବ। ଆଠଗଡ ବ୍ଲକର ବିଭିନ୍ନ ଗାଁମାନଙ୍କରେ ଯଥା, ଗୁରୁଡିଝାଟିଆ ନବେଢା ଅଞ୍ଚଳ, କଖଡି ମଞ୍ଚେଶ୍ୱର ନଦୀକୂଳ ଅଞ୍ଚଳ ଓ ଖୁଣ୍ଟୁଣୀ ପ୍ରଭୃତି ସ୍ଥାନମାନଙ୍କରେ ବିଶେଷତଃ କଳକାରଖାନା ନିବିଷ୍ଟ ଗାଁମାନଙ୍କରେ କରୋନା ବିସ୍ପୋରକ ରୂପ ନେବାକୁ ଯାଉଛି। ରାଜ୍ୟ ସରକାର ଙ୍କୁ ଜିଲ୍ଲା ଓ ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ଘଟଣାସଂର୍ପକରେ ଜଣାଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।
ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପୁଣି ୨ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷାରୁ ଜଣାପଡିଛି ବୋଲି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସ ପ୍ରକାଶ କରିଛନ୍ତି। ଆଜି ୫୫ଜଣଙ୍କ ଆଣ୍ଟିଜେନ ଓ ୧୩ଜଣଙ୍କ ଆଣ୍ଟିପିସିଆର ମାଧ୍ୟରେ ସ୍ୱାବ ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୨ଜଣ କରୋନା ଆକ୍ରାନ୍ତ ଥିବାର ଜଣାପଡିଛି। କପୁରସିଂରେ ଜଣେ ୫୮ବର୍ଷିୟ ଓ ଅନ୍ୟଏକ ଗାଁରୁ ଜଣେ ୨୫ବର୍ଷିୟ ଯୁବକ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories