www.samajalive.in
Tuesday, December 9, 2025
23.1 C
Bhubaneswar

ଏକବିଂଶ ଶତାବ୍ଦୀରେ ଉତ୍କଳୀୟ ପରମ୍ପରାକୁ ବ୍ୟାପକ କରିବାକୁ ଆହ୍ୱାନ

ଭୁବନେଶ୍ୱର: ଏକବିଂଶ ଶତାବ୍ଦୀରେ କେବଳ ଆମର ଉତ୍କଳୀୟ ପରମ୍ପରାକୁ ନୂଆ ଭାବେ ପାଳନ କରିବା ନୁହେଁ ବରଂ ଏହାକୁ ବ୍ୟାପକ କରିବା ଦରକାର। ପୂର୍ବରୁ ଉତ୍କଳୀୟ ପରମ୍ପରା ଥିଲା ଏବଂ ଏହା ଆଗାମୀ ଦିନରେ ନିଶ୍ଚିତ ରହିବ, ଏପରି ଦୃଢ଼ ଆତ୍ମବିଶ୍ୱାସ ସହ ଏହାକୁ ବିଶ୍ୱରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନେ ଅନୁଶୀଳନ କରିବା ଜରୁରୀ ବୋଲି ରବିବାର ଦୁବାଇ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ‘ଭର୍ଚୁଆଲ ଓଡ଼ିଆ ନୂଆ ବର୍ଷ ପଣାସଂକ୍ରାନ୍ତି ଉତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

 

- Advertisement -

ସମସ୍ତଙ୍କ ପାଇଁ ଆଜି ଖୁସି ଓ ଆନନ୍ଦର ଅବସର କାରଣ ଓଡ଼ିଆ ନବବର୍ଷ ଉପଲକ୍ଷେ ସମସ୍ତେ ଓଡ଼ିଶାର ଅନନ୍ୟ କଳା, ସାହିତ୍ୟ ଓ ସଂସ୍କୃତିର ପରିଚିତ ଏକ ମଞ୍ଚରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଏକାଠି ହୋଇଛୁ। ବିଶ୍ୱର ଯେକୌଣସି ସ୍ଥାନରେ ରହି ମଧ୍ୟ ଆମେମାନେ ସମସ୍ତେ ଉତ୍କଳୀୟ ପରମ୍ପରା ଅନୁସାରେ ଓଡ଼ିଆ ନବବର୍ଷ ପାଳନ କରୁଅଛୁ। ବର୍ତମାନ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆମେ ଆମର ସଂସ୍କୃତି ଓ ପରମ୍ପରା, ଉତ୍ସବ ପାଳନର ମହତ୍ୱ, ଓଡ଼ିଆ ଭାଷାକୁ ନୂଆ ଢ଼ଙ୍ଗରେ ଉପସ୍ଥାପିତ କରିବାର ପ୍ରଭାବଶାଳୀ ମାଧ୍ୟମ ତିଆରି କରିପାରିଛନ୍ତି। ତେବେ ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories