www.samajalive.in
Tuesday, December 9, 2025
19.1 C
Bhubaneswar

୧୨୦ ଘଣ୍ଟାର ଅପରେସନ ପରେ ହାଇଦରକୁ ଧରିଲୁ – ପୁଲିସ କମିଶନର

କଟକ ବଡ ମେଡିକାଲରୁ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା କୁଖ୍ୟାତ ଅପରାଧୀ ହାଇଦର ଗତ କାଲି ତେଲେଙ୍ଗାନାରୁ ଧରା ପଡିବା ପରେ ଆଜି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏ ସମ୍ପର୍କରେ ଖୁଲାସା କରିଛନ୍ତି। ସୌମେନ୍ଦ୍ର କହିଛନ୍ତି ଯେ ହାଇଦର ଏପ୍ରିଲ ୧୦ରେ ଅପରାହ୍ନ ୪ରୁ ୪.୩୦ ମିନିଟ ମଧ୍ୟରେ ବଡ ମେଡିକାଲରେ ନିୟୋଜିତ ଗାର୍ଡ ପାର୍ଟିଙ୍କୁ ଚକମା ଦେଇ ଫେରାର ହୋଇଯାଇଥିଲା। ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ ସମ୍ବଲପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଶେଖ ହାଇଦର ୨୦୨୧ ମାର୍ଚ୍ଚ ୨୩ରେ ସମ୍ବଲପୁର ଜେଲରୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ଆସିଥିଲା ଓ ଏପ୍ରିଲ ୧୦ରେ ପୁଲିସକୁ ନିଶା ଦେଇ ଫେରାର ହେବାରେ ସକ୍ଷମ ହୋଇଥିଲା।

ସେ କହିଛନ୍ତି ଯେ ହାଇଦର ଫେରାର ହେବା ଖବର ପ୍ରାୟ ୩ ଘଣ୍ଟା ବିଳମ୍ବରେ କମିସନରେଟ ପୁଲିସ ନିକଟରେ ପହଞ୍ଚିଥିଲା। ପରେ କଟକ ଡିସିପିଙ୍କ ଅଧୀନରେ ସମସ୍ତ ୟୁନିଟକୁ ସକ୍ରିୟ କରାଯାଇଥିଲା। ପୁଲିସ ହାଇଦରର ଅପରାଧିକ ସମ୍ପର୍କ ଓ ପାରିବାରିକ ସମ୍ପର୍କକୁ ନେଇ ଖୋଳତାଡ଼ କରିବା ସହ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା। ତେବେ ଅତୀତରେ ତାକୁ ହାଇଦ୍ରାବାଦରୁ ଧରାଯାଇ ଥିବାରୁ ସେ ରାଜ୍ୟ ବାହାରକୁ ଚାଲିଯାଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଥିଲା। କମିସନରେଟ ପୁଲିସ ଟିମ ଗଠନ କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ତେଲେଙ୍ଗାନାକୁ ପଠାଇଥିଲା। ଏହି ସମୟ ମଧ୍ୟରେ ପୁଲିସ ହାଇଦରର ସହଯୋଗୀ ୟାକୁବ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କୁ ପଚରାଉଚୁରା କରିବା ସହ ଟେକ୍ନିକାଲ ଟିମର ସହାୟତା ନିଆଯାଇଥିଲା।

- Advertisement -

ହାଇଦର ଆନ୍ଧ୍ର ତେଲେଙ୍ଗାନା ଆଡକୁ ଯାଇଥିବା ସୁରାକ ମିଳିବା ପରେ ୧୧ ସନ୍ଧ୍ୟାରେ ବାଦାମବାଡ଼ି ଆଇଆଇସିଙ୍କ ନେତୃତ୍ୱରେ ଗୋଟିଏ ଟିମ ଓ ୧୨ରେ ଚାଉଳିଆଗଞ୍ଜ ଆଇଆଇସିଙ୍କ ନେତୃତ୍ୱରେ ଆଉ ଗୋଟିଏ ଟିମ ତେଲେଙ୍ଗାନା ଯାଇଥିଲେ। କଟକ ଡ଼ିସିପିଙ୍କ ନେତୃତ୍ୱରେ ସାଇବର ଟିମ ହାଇଦରକୁ ଠାବ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁଲିସ କମିଶନର କହିଛନ୍ତି, ହାଇଦର ଏକ ଗାଡ଼ିରେ ଫେରାର ହୋଇଥିବା ସିସିଟିଭିରୁ ଜଣାପଡିଥିଲା। ହାଇଦରକୁ ଠାବ କରିବାରେ ସେଠାକାର ଏକ ଟିମ ମଧ୍ୟ ସହାୟତା କରିଥିଲା। ତେଲେଙ୍ଗାନା ପୁଲିସର ଅନ୍ୟ ଏକ ଟିମ ଓଡିଶା ପୁଲିସକୁ ନିରନ୍ତର ସହାୟତା ଯୋଗାଇ ଦେଇଥିବା କମିଶନର ପ୍ରିୟଦର୍ଶୀ କହିଛନ୍ତି।

ତେବେ ଗତକାଲି ହାଇଦର ଆଉ ଜଣେ ବ୍ୟକ୍ତି ସହ ମୋଟର ସାଇକେଲରେ ସଙ୍ଗାରେଡ୍ଡୀ ଅଂଚଳରେ ବୁଲାବୁଲି କରୁଥିବା ସୂଚନା ମିଳିଥିଲା। ବାଦାମବାଡ଼ି ଆଇଆଇସି ରଶ୍ମି, ହାଇଦରକୁ ସନ୍ଧ୍ୟା ୬.୩୦ ମିନିଟରେ ସଫଳତାର ସହ ଗିରଫ କରିବାରେ ସକ୍ଷମ ହୋଇଥିବା ପୁଲିସ କମିଶନର କହିଛନ୍ତି। ଅନ୍ୟ ପକ୍ଷରେ ଗତକାଲି ରାତିରେ ସେଠାକାର ମାଜିଷ୍ଟ୍ରେଟଙ୍କ ନିକଟରେ ହାଇଦରକୁ ହାଜର କରାଯିବା ପରେ ରିମାଣ୍ଡରେ ଆଜି ସକାଳୁ ବିମାନରେ ଭୁବନେଶ୍ୱର ଅଣାଯାଇଛି। ପୁଲିସ କମିଶନର କହିଛନ୍ତି ଯେ, ହାଇଦରକୁ ଖସିଯିବାରେ କିଏ ସହାୟତା କରିଥିଲେ, କଣ ଷଡଯନ୍ତ୍ର ଥିଲା, ସେ ବିଷୟରେ ତଦନ୍ତ କରାଯିବ। ହାଇଦରକୁ ମଧ୍ୟ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚୁରା କରାଯିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଏହି ଘଟଣାରେ ହାଇଦର ସହ ସମ୍ପୃକ୍ତି ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ଯୁବତୀ ଥିବା ଜଣାପଡିଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories