www.samajalive.in
Monday, December 15, 2025
14.1 C
Bhubaneswar

ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘର ୯୫ତମ ବାର୍ଷିକ ସମ୍ମିଳନୀରେ ଯୋଗଦେବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଭାରତୀୟ ବିଶ୍ୱବିଦ୍ୟାଳୟ ମହାସଂଘର ୯୫ତମ ବାର୍ଷିକ ସମ୍ମିଳନୀ ଏବଂ କୁଳପତିମାନଙ୍କର ଜାତୀୟ ସେମିନାରରେ ଉଦ୍‍ବୋଧନ ଦେବେ। ଏହି ଅବସରରେ କିଶୋର ମକୱାନାଙ୍କ ଦ୍ୱାରା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଉପରେ ଲିଖିତ ୪ଟି ପୁସ୍ତକକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିବେ। ଏହି ପୁସ୍ତକଗୁଡ଼ିକ ହେଲା ଡକ୍ଟର ଆମ୍ବେଦକର ଜୀବନ ଦର୍ଶନ, ଡକ୍ଟର ଆମ୍ବେଦକର ବ୍ୟକ୍ତି ଦର୍ଶନ, ଡକ୍ଟର ଆମ୍ବେଦକର ରାଷ୍ଟ୍ର ଦର୍ଶନ ଏବଂ ଡକ୍ଟର ଆମ୍ବେଦକର ଆୟାମ ଦର୍ଶନ।

ଗୁଜୁରାଟର ଅହମ୍ମଦାବାଦସ୍ଥିତ ଡକ୍ଟର ବାବାସାହେବ ଆମ୍ବେଦକର ମୁକ୍ତ ବିଦ୍ୟାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଗୁଜୁରାଟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories